33.1 C
Bhubaneswar
Saturday, April 27, 2024
Homeମନୋରଞ୍ଜନ‘ତାରକ ମେହେଟ୍ଟାକା ଉଲଟା ଚଷମା’ ଶୋରେ ଦୟାବେନ୍ କରିବେ କମବ୍ୟାକ୍

‘ତାରକ ମେହେଟ୍ଟାକା ଉଲଟା ଚଷମା’ ଶୋରେ ଦୟାବେନ୍ କରିବେ କମବ୍ୟାକ୍

ମୁମ୍ୱାଇ : ‘ତାରକ ମେହେଟ୍ଟାକା ଉଲଟା ଚଷମା’ ସୋ’କୁ କମବ୍ୟାକ୍ କରିବେ ଦୟାବେନ୍ । ଦୀର୍ଘ ଦିନ ଧରି ଚାଲିଆସୁଥିବା କମେଡି ଶୋ ‘ତାରକ ମେହେଟ୍ଟାକା ଉଲଟା ଚଷମା’ର ଫ୍ୟାନ୍ସଙ୍କ ପାଇଁ ଖୁସି ଖବରା ସୋ’କୁ କମବ୍ୟାକ୍ କରିବେ ଦୟାବେନ୍ ଯାହାକି ପ୍ରଶଂସକଙ୍କ ପାଇଁ ଖୁସିର ଖବରଆଣିଦେଇଛି । ଗୋଟିଏ ପଟେ ଶୈଲେଶ ଲୋଡା ଏବଂ ମୁମୁନ୍ ଦତ୍ତଙ୍କ ସୋ ଛାଡିବାର ଖବର ଚର୍ଚ୍ଚା ହେଉଥିବାବେଳେ ଏବେ ଦୟାବେନ ସୋ’ କୁ ରିଟର୍ଣ୍ଣ କରିବା ଖବର ଜଣାପଡିଛି । ସୋ’ର ନିର୍ମାତା ନିଜେ ଏହି ଖବର ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ।
ଦୟାବେନଙ୍କ କମବ୍ୟାକ୍ ସମ୍ପର୍କରେ ଅସିତ କୁମାର ମୋଦୀ କହିଛନ୍ତି, ‘ଆମେ ଆଶା କରୁଛୁ ୨୦୨୨ ମସିହାରେ ଦୟାବେନ ନିଶ୍ଚୟ ଫେରିବେ । ପୁଣି ଥରେ ଦୟାବେନ୍ ଏବଂ ଜେଥାଲାଲ୍ ଲୋକମାନଙ୍କୁ ଏକାଠି ମନୋରଞ୍ଜନ କରିବେ । ମୁଁ ଜାଣେ ନାହିଁ ଦିଶା ବକାନି ସିରିଏଲରେ ଫେରିବେ କି ନାହିଁ, ଦିଶା ବକାନୀଙ୍କ ସହ ଆମର ଭଲ ସମ୍ପର୍କ ଅଛି ।ସିରିଏଲ୍ ନିର୍ମାତା ଅସିତ କୁମାର ମୋଦୀ ନିଜେ ଏହା ପ୍ରକାଶ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଆମେ ଆଜି ପର‌୍ୟ୍ୟନ୍ତ ଦୟାବେନଙ୍କ ଚରିତ୍ରକୁ କାଟିନାହୁଁ । ଆମେ କିଛି ଦିନ ହେବ ଖରାପ ସମୟ ଦେଇ ଗତି କରୁଛୁ । ୨୦୨୦-୨୧ ସମୟ ଆମ ପାଇଁ ବହୁତ ଖରାପ ଥିଲା । ଏବେ ସମୟ ସହ ସବୁକିଛି ପରିବର୍ତ୍ତନ ହେବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking