34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଓଭରଟେକ୍ ହେଲା କାଳ : ଚାଲିଗଲା ୭ ଜୀବନ, ୨୬ ଗୁରୁତର

ଓଭରଟେକ୍ ହେଲା କାଳ : ଚାଲିଗଲା ୭ ଜୀବନ, ୨୬ ଗୁରୁତର

ବାଙ୍ଗାଲୋର : କର୍ଣ୍ଣାଟକର ହୁବୁଳୀ ଠାରେ ସୋମବାର ବିଳମ୍ବିତ ରାତିରେ ଏକ ଯାତ୍ରୀ ବାହୀ ବସ୍‌କୁ ଲରି ଧକ୍କା ଦେବାରୁ ୭ ଜଣଙ୍କ ମୃତ୍ୟୁ ଘଟିଛି । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୬ ଜଣ ଗୁରୁତର ହୋଇଛନ୍ତି । ଖବର ପାଇ ସ୍ଥାନୀୟ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲେ । ଗୁରୁତରଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ବି ଅନେକ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

ପୋଲିସର ସୂଚନା ମୁତାବକ, ଏହି ଯାତ୍ରୀବାହୀ ବସ୍ କୋହ୍ଲାପୁରରୁ ବାଙ୍ଗାଲୋର ଯାଉଥିଲା । ବିଳମ୍ବିତ ରାତିରେ ଧାରବାଡ଼ ଅଭିମୁଖେ ଯାତ୍ରା କରୁଥିବା ଲରି ସହ ବସ୍ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ବସ୍ ଡ୍ରାଇଭରଙ୍କର ଭୁଲ ଥିବା କୁହାଯାଉଛି । କାରଣ ବସ୍ ଡ୍ରାଇଭର ଲରିକୁ ଓଭର ଟେକ୍ କରିବାକୁ ଚେଷ୍ଟା କରୁଥିଲେ । ଏଥିରେ ଉଭୟ ଗାଡ଼ି ଡ୍ରାଇଭରଙ୍କ ମୃତ୍ୟୁ ଘଟଣାସ୍ଥଳରେ ହିଁ ହୋଇଛି । ତେବେ ସମସ୍ତ ଆହତଙ୍କୁ ହୁବୁଳୀର କେଆଇଏମ୍‌ଏସ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking