32.1 C
Bhubaneswar
Friday, April 26, 2024
Homeଓଡିଶାଦଶରଥପୁର ଘରୋଇ ବିଦ୍ୟାଳୟ ସଂଘ ପକ୍ଷରୁ ଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ

ଦଶରଥପୁର ଘରୋଇ ବିଦ୍ୟାଳୟ ସଂଘ ପକ୍ଷରୁ ଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ

ଯାଜପୁର: ବିଭିନ୍ନ ଦାବୀ ନେଇ ଯାଜପୁର ଜିଲା ଦଶରଥପୁର ଘରୋଇ ବିଦ୍ୟାଳୟ ସଂଘ ପକ୍ଷରୁ ଜିଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଲକ ଡାଇନ ସମୟରେ ଗତ ୭/୮ ମାସ ଧରି ଘରୋଇ ବିଦ୍ୟାଳୟ ର ଅଭିଭାବକ ମାନେ ଛାତ୍ର ଛାତ୍ରୀଙ୍କ ପିଂସ ନ ଦେଇ ବିଭିନ୍ନ ସରକାରୀ ବିଦ୍ୟାଳୟରେ ସେମାନଙ୍କ ଛାତ୍ର ଛାତ୍ରୀଙ୍କୁ ନାମ ଲେଖାଉଛନ୍ତି । ଏପରିକି ବିଦ୍ୟାଳୟର ଏସଏଲସି ନ ନେଇ ମଧ୍ୟ ଆଡମିସନ କରିଦେଉଛନ୍ତି । ଏଥିସହିତ ଶିକ୍ଷାଅଧିକାର ଆଇନ ଅନୁଯାୟୀ ୨୫ ପ୍ରତିଶତ ଛାତ୍ର ଛାତ୍ରୀଙ୍କ ଅର୍ଥ ସରକାରଙ୍କ ଠାରୁ ମିଳିବାର ନିୟମ ଥିଲେ ଆଜି ପର୍ଯ୍ୟନ୍ତ ମିଳିନାହିଁ । ସରକାରୀ ବିଦ୍ୟାଳୟ ପରି ଘରୋଇ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ମାଗଣାରେ ପାଠ୍ୟପୁସ୍ତକ ବଂଟନ କରିବାକୁ ଦାବୀ କରାଯାଇଛି । ଆଜି ଏ ନେଇ ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking