27.1 C
Bhubaneswar
Wednesday, May 8, 2024
Homeଖେଳଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ମୁମ୍ବାଇ

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ମୁମ୍ବାଇ

ନୂଆଦିଲ୍ଲୀ : ଆବୁଧାବିର ଶେଖ୍‌ ଜୟେଦ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ମ୍ୟାଚ୍‌ ପାଇଁ ମୁମ୍ବାଇ ଟିମ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆଇପିଏଲ୍‌ର ୧୩ତମ ସଂସ୍କରଣରେ ୪୮ତମ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ବିରାଟ କୋହଲିଙ୍କ ଟିମ୍‌ ବାଙ୍ଗାଲୋର ମଧ୍ୟ ମୁମ୍ବାଇ ଭଳି ୧୧ଟି ମ୍ୟାଚ ଖେଳି ୭ଟିରେ ବିଜୟ ହାସଲ କରିଛି। ଟିମ୍‌ କିନ୍ତୁ ପଏଣ୍ଟ ଟେବୁଲରେ ୨ୟସ୍ଥାନରେ ଅଛି। ମୁମ୍ବାଇକୁ ଟପିବାକୁ ହେଲେ ବାଙ୍ଗାଲୋରକୁ ଆଜିର ମ୍ୟାଚ୍‌ ଜିତିବାକୁ ହେବ। ଅନ୍ୟପଟେ ପଏଣ୍ଟ ଟେବୁଲରେ ମୁମ୍ବାଇ ଟିମ୍‌ ଶୀର୍ଷରେ ଅଛି। ଏହି ଟିମ୍‌ ୧୧ଟି ମ୍ୟାଚ୍‌ ଖେଳି ୭ଟିରେ ବିଜୟ ହାସଲ କରିଛି। ତେଣୁ ଆଜିର ମ୍ୟାଚ୍‌ ଜିତି ଶୀର୍ଷ କ୍ରମରେ ସ୍ଥାନ ବଳବତ୍ତର ରଖିବାକୁ ଚାହିଁବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking