28.1 C
Bhubaneswar
Saturday, April 27, 2024
Homeଓଡିଶାଦନ୍ତେୱାଡା ନକ୍ସଲ ଆକ୍ରମଣ, ପୁଣି ଏକ ଚିଠି ଜାରି କଲା ମାଓ ସଂଗଠନ

ଦନ୍ତେୱାଡା ନକ୍ସଲ ଆକ୍ରମଣ, ପୁଣି ଏକ ଚିଠି ଜାରି କଲା ମାଓ ସଂଗଠନ

ମାଲକାନଗିରି: ଦନ୍ତେୱାଡା ଆଇଡି ବିସ୍ଫୋରଣ ଘଟଣା ପରେ ଆଉ ଏକ ଚିଠି ଜାରି କରିଛି ମାଓବାଦୀ ସଂଗଠନ । ସାଉଥ୍ ସବ୍ ଜୋନାଲ ବ୍ୟୁରୋ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ(ମାଓବାଦୀ) ମୁଖପାତ୍ରଙ୍କ ପକ୍ଷରୁ ଏହି ଚିଠି ଜାରି କରାଯାଇଛି । ଏଥିରେ ଉଲ୍ଲେଖ ରହିଛି, ପ୍ରତି ଦୁଇ ତିନି କିଲୋମିଟର ଦୂରରେ ପୋଲିସ କ୍ୟାମ୍ପ ପ୍ରତିଷ୍ଠା କରି ସାଧାରଣ ଲୋକଙ୍କୁ ଅତ୍ୟାଚାର କରାଯାଉଛି । ଜନସାଧାରଣଙ୍କ ଉପରେ ପୋଲିସର ଆକ୍ରମଣ ନିତିଦିନିଆ ହୋଇଛି ।

ମାଓବାଦୀଙ୍କ ଉପରେ ବାରମ୍ବାର ଆକାଶ ମାର୍ଗରୁ ଆକ୍ରମଣ କରାଯାଉଛି । ବସ୍ତର ପୋଲିସ କେନ୍ଦ୍ରୀୟ ବାହିନୀ ସହ ମିଶି ମାଓବାଦୀ ନାଁରେ ସାଧାରଣ ଲୋକୋଙ୍କୁ ନିର୍ଯାତନା ଦେଉଛି । ଆହୁରି ମଧ୍ୟରେ ଚିଠିରେ କୁହାଯାଇଛି, ଗତ ଜାନୁୟାରୀ ୧୧ରେ ପୋଲିସ ଆକ୍ରମଣରେ କିଛି ମାଓବାଦୀ ପ୍ରାଣ ହରାଇଥିଲେ । ପୋଲିସର ଏହି ନିଷ୍ଠୁର ଆକ୍ରମଣକୁ ପ୍ରତିବାଦ କରି ଆଇଡି ବିସ୍ଫୋରଣ କରାଯାଇଥିଲା । ଏହି ବିସ୍ଫୋରଣ ଘଟଣାରେ ସେହି ଅଞ୍ଚଳର କିଛି ନିରୀହ ଯୁବକଙ୍କୁ ପୋଲିସ ଘରୁ ଉଠାଇ ନେଇ ଅଯଥା ନିର୍ଯାତନା ଦେଉଥିବା ମାଓ ସଂଗଠନ ଚିଠିରେ କହିଛି । ଏହାସହିତ ରାଜ୍ୟରେ ଅନେକ ବିଭାଗରେ ବହୁ ପଦପଦବୀ ଖାଲି ପଡିଥିବା ବେଳେ ସେଥିରେ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଉ ନାହିଁ । କିନ୍ତୁ କର୍ପୋରେଟର ସଂସ୍ଥାମାନଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସ ବିଭାଗରେ ନିଯୁକ୍ତି ଦିଆଯାଉଛି ବୋଲି ଚିଠିରେ ଉଲ୍ଲେଖ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking