ମୁମ୍ବାଇ: ନିଶାସକ୍ତ ବାପାର ନାରକୀୟ କାଣ୍ଡ । ନିଶା ବଟିକା ଖାଇ ନିଜର ଦୁଇ ଶିଶୁଙ୍କୁ କୂଅରେ ଫିଙ୍ଗିଦେଲା । ଏଥିରେ ଜଣେ ୨ବର୍ଷୀୟ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ୮ ବର୍ଷୀୟ ନାବାଳକ ପୁଅକୁ ଗୁରୁତର ଅବସ୍ଥାରେ ପଡୋଶୀ ଉଦ୍ଧାର କରିଛନ୍ତି । ମହାରାଷ୍ଟ୍ର ଛତ୍ରପତି ଶିବାଜୀ ସମ୍ଭାଜୀନଗର ଚିକଲଥାନା ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଶାସକ୍ତ ଅବସ୍ଥାରେ ଅଭିଯୁକ୍ତକୁ ଗିରଫ କରିବା କରିବା ଶିଶୁର ମୃତଦେହ ମଧ୍ୟ ଉଦ୍ଧାର କରି ହସ୍ପିଟାଲରୁ ପଠାଇଛି ।
ସୂଚନା ଅନୁଯାୟୀ, ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ୩୫ ବର୍ଷୀୟ ରାଜୁ ପ୍ରକାଶ ଭୋସଲେ ଜଣେ ଅଭ୍ୟାସଗତ ନିଶାଖୋର । ଘଟଣା ଦିନ ସେ ନିଶା ବଟିକା ଖାଇବା ପରେ ନିଶାରେ ହିତାହତ ଜ୍ଞାନ ଭୁଲି ଏପରି କରିଛି । ଘର ନିକଟରେ ଥିବା କୂଅରେ ନିଜର ନିଜର ୮ ବର୍ଷୀୟ ନାବାଳକ ଓ ୨ ବର୍ଷୀୟ ଶିଶୁପୁତ୍ରକୁ ଫିଙ୍ଗି ଦେଇଥିଲା । ନିକଟରେ ଥିବା ପଡୋଶୀ ଯୁବକ ଏହା ଦେଖି ଧାଇଁ ଆସିଥିଲେ । କୂଅରେ ଡେଇଁ ଉଭୟ ଶିଶୁଙ୍କୁ ଉଦ୍ଧାର କରିବା ପ୍ରୟାସ କରିଥିଲେ ।
ହେଲେ ୮ ବର୍ଷୀୟ ଶୁଭମକୁ ଉଦ୍ଧାର କରାଯିବାରେ ଯୁବକ ଜଣଙ୍କ ସଫଳ ହୋଇଥିଲେ ସୁଦ୍ଧା ୨ ବର୍ଷର ଶିଶୁପୁତ୍ରକୁ ଉଦ୍ଧାର କରାଯାଇ ପାରିନଥିଲା । କିଛି ସମୟ ପରେ ଶିଶୁଟିର ମୃତଦେହ ଉଦ୍ଧାର କରାଯାଇଥିଲା । ସ୍ଥାନୀୟ ଲୋକେ ଅଭିଯୁକ୍ତକୁ କାବୁ କରି ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ଶିଶୁର ମୃତଦେହ ମଧ୍ୟ ଉଦ୍ଧାର କରିଛି । ଅଭିଯୁକ୍ତ ୩୫ ବର୍ଷୀୟ ରାଜୁ ପ୍ରକାଶ ଭୋସଲେକୁ ପୋଲିସ ଥାନାକୁ ନେଇ ଜେରା କରିବା ପରେ ହତ୍ୟା ଅଭିଯୋଗରେ କୋର୍ଟରେ ହାଜର କରିଛି ।