ନୂଆଦିଲ୍ଲୀ : ଆସନ୍ତାକାଲି ମେ’ ମାସ ଆରମ୍ଭ । କାଲିଠୁ ବଡ ବଡ ନିୟମରେ ପରିବର୍ତନ ହେବ ସହ ନୂଆ ନିୟମ ଲାଗୁ ହେବ । ମେ’ ମାସରୁ ଜିଏସ୍ଟିରୁ ଏଲପିଜି, ସିଏନଜି ଏବଂ ପିଏନଜି ଭଳି ଜିନିଷରେ ପରିବର୍ତ୍ତନ ହେବାକୁ ଯାଉଛି । ଏହାର ପ୍ରଭାବ ସିଧାସଳଖ ଲୋକଙ୍କ ପକେଟ ଉପରେ ପଡ଼ିବ ଯାହା କାରଣରୁ ପୁରା ମାସର ବଜେଟ୍ ବିଗିଡ଼ିଯାଇପାରେ । ଆଉ କିଛି ଦିନ ପରେ ମେ’ ମାସ ଆରମ୍ଭ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ପ୍ରତ୍ୟେକ ମାସ ପରି ଏହି ମାସରେ ମଧ୍ୟ ଅନେକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଏଲପିଜି, ଜିଏସଟି ଓ ଏଟିଏମ ଭଳି ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ଏଠାରେ ୪ ଟି ବଡ ନିୟମ ବିଷୟରେ ଆମେ କହିବୁ ଯାହା ମେ’ ୧ ରୁ ପରିବର୍ତ୍ତନ ହେବାକୁ ଯାଉଛି । ସିଏନଜି ମୂଲ୍ୟରେ ମଧ୍ୟ ପରିବର୍ତ୍ତନ ହୋଇପାରେ । ପ୍ରାକୃତିକ ଗ୍ୟାସ କମ୍ପାନୀଗୁଡିକର ସମୀକ୍ଷା ସମୟରେ ଯଦି ଭଲ ଫଳାଫଳ ଆସେ, ତେବେ ଏଥିରେ ଛାଡ୍ ହୋଇପାରେ । ଆସନ୍ତୁ ଜାଣିବା ଆପଣଙ୍କ ପକେଟରେ ଏହା କେତେ ପ୍ରଭାବ ପକାଇବ ।
- ମେ ୧ ରୁ ଜିଏସ୍ଟି କୁ ନେଇ ସବୁଠାରୁ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଏହି ପରିବର୍ତ୍ତନ ଅଧୀନରେ ବର୍ତ୍ତମାନ ୧୦୦ କୋଟିରୁ ଅଧିକ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ସାତ ଦିନ ମଧ୍ୟରେ ଇନଭଏସ୍ ରେଜିଷ୍ଟ୍ରେସନ୍ ପୋର୍ଟାଲ୍ ବା ଆଇଆରପି ରେ ସେମାନଙ୍କର ଜିଏସ୍ଟି କାରବାରର ରସିଦ ଅପଲୋଡ୍ କରିବାକୁ ପଡିବ । ଯଦି ଅପଲୋଡ୍ କରା ନ ଯାଏ ତେବେ ଜରିମାନା ଦେବାକୁ ପଡିବ ।
- ତୈଳ କମ୍ପାନୀଗୁଡିକ ମାସ ଶେଷରେ ଏକ ସମୀକ୍ଷା କରନ୍ତି, ଯେଉଁ କାରଣରୁ ଏଲପିଜି ଗ୍ୟାସ ମୂଲ୍ୟରେ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି । ଏପ୍ରିଲ ୧ ରେ ବାଣିଜ୍ୟିକ ଗ୍ୟାସର ମୂଲ୍ୟ ୯୧.୫୦ ଟଙ୍କା ହ୍ରାସ କରାଯାଇଥିଲା । ମାର୍ଚ୍ଚରେ ୧୪.୨ କିଲୋଗ୍ରାମ ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ଏବଂ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ ୩୫୦ ଟଙ୍କା ହୋଇଥିଲା । ଏଥର ମଧ୍ୟ ପରିବର୍ତ୍ତନ ଆଶା କରାଯାଉଛି ।
- ପିଏନବି ଆକାଉଣ୍ଟଧାରୀଙ୍କ ପାଇଁ ମଧ୍ୟ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଯଦି ଜଣେ ପିଏନବି ଆକାଉଣ୍ଟଧାରୀ, ଯାହାର ଆକାଉଣ୍ଟରେ ପର୍ଯ୍ୟାପ୍ତ ଅର୍ଥ ନାହିଁ ଏବଂ ସେମାନେ କାରବାର କରନ୍ତି, ତା’ହେଲେ ତାଙ୍କଠାରୁ ୧୦ ଟଙ୍କା ଏବଂ ଜିଏସ୍ଟି ଚାର୍ଜ ଆଦାୟ କରାଯିବ ।