39.1 C
Bhubaneswar
Friday, April 26, 2024
Homeଅପରାଧପିଶାଚ ବାପା: ଝିଅକୁ ହୋଇଥିଲା ବିରଳ ରୋଗ, ହତ୍ୟା କରି କିଚେନରେ ଲୁଚାଇଲା ମୃତଦେହ

ପିଶାଚ ବାପା: ଝିଅକୁ ହୋଇଥିଲା ବିରଳ ରୋଗ, ହତ୍ୟା କରି କିଚେନରେ ଲୁଚାଇଲା ମୃତଦେହ

ପାଟନା: ଅଢେଇ ବର୍ଷର ଶିଶୁକନ୍ୟା ନିଖୋଜ ଥିଲା । ପରିବାର ଲୋକେ ଥାନାରେ ଦ୍ବାରସ୍ଥ ହୋଇ ଏତଲା ମଧ୍ୟ ଦେଇଥିଲେ । ହେଲେ ତଦନ୍ତରେ ଏପରି ଫଳାଫଳ ସାମ୍ନାକୁ ଆସିଲା, ଯାହା କେହି କେବେ କଳ୍ପନା କରିନଥିଲେ । ଏହି ନିଷ୍ପାପ ଶିଶୁଟିକୁ ହତ୍ୟା କରି କିଚେନରେ ଲୁଚାଇ ରଖିଥିବା ହତ୍ୟାକାରୀ ଥିଲା ନିଜ ବାପା । ଚଳିତ ମାସ ୨୭ ତାରିଖରେ ବିହାର ପାଟନା ଉପକଣ୍ଠରେ ଘଟିଥିବା ଏପରି ନାରକୀୟ କାଣ୍ଡ ସମସ୍ତଙ୍କୁ ଚକିତ କରିଦେଇଛି । ପୋଲିସ ଘରୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରିବା ପରେ ଅଭିଯୁକ୍ତ ବାପାକୁ ଗିରଫ କରି ଜେରା କରିବା ପରେ କୋର୍ଟ ଚାଲାଣ କରିଛି । ପୋଲିସ ନିକଟରେ ଅଭିଯୁକ୍ତ ନିଜେ ହିଁ ଶିଶୁକନ୍ୟାକୁ ହତ୍ୟା କରିଥିବା ସ୍ବୀକାର କରିଛି । ତେବେ ହତ୍ୟାକାରୀ ବାପାର ସ୍ବୀକାରୋକ୍ତି ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ତାର ପୂର୍ବରୁ ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି । ପରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ହେଲେ ଏହି କନ୍ୟା ସନ୍ତାନ ଜନ୍ମରୁ ଏକ ବିରଳ ରୋଗରେ ପୀଡିତ ଥିଲା । ହେଲେ ମେଡିକାଲରେ ତାକୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ତା ନିକଟରେ ଅର୍ଥ ମଧ୍ୟ ନଥିଲା । ନିଜେ ଅଣ୍ଡା ବିକି ପରିବାର ପ୍ରତିପୋଷଣ କରୁଥିବା ଏହି ଅଭିଯୁକ୍ତ କିପରି ଶିଶୁକନ୍ୟାକୁ ଚିକିତ୍ସା କରାଇ ଭଲ କରିବ ବୋଲି ଚିନ୍ତାରେ ଥିଲା । ହେଲେ ଏହି ଶିଶୁକନ୍ୟା ଠାରେ ଦେଖାଯାଇଥିବା ବ୍ୟାଧି ଭଲ ହେବ ନାହିଁ ବୋଲି ବିଚାର କରି ୨୬ ତାରିଖ ରାତିରେ ସେ ତାକୁ ହତ୍ୟା କରିଥିଲା । ପତ୍ନୀ ଓ ପରିବାର ସଦସ୍ୟଙ୍କ ଠାରୁ ନିଜକୁ ବଞ୍ଚାଇବାକୁ ଯାଇ ସେ ଅଢେଇ ମାସର ଶିଶୁର ମୃତଦେହକୁ ଏକ ବାକ୍ସରେ ଭର୍ତ୍ତି କରି ଘର ପଛପଟେ ଥିବା ରୋସେଇ ଘରର ଏକ କୋଣରେ ଲୁଚାଇ ଦେଇଥିଲା ।

ପରିବାର ସଦସ୍ୟ ଖୋଜାଖୋଜି କରିବା ପରେ ଶିଶୁକନ୍ୟାକୁ ନପାଇ ସ୍ଥାନୀୟ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ । ହେଲେ ପୋଲିସ ବିଭିନ୍ନ ଦିଗକୁ ତଦନ୍ତ ପରିସରଭୂକ୍ତ କରିବା ପରେ ବାପା ହିଁ ଶିଶୁଟିକୁ ହତ୍ୟା କରିଥିବା ସନ୍ଦେହ କରିଥିଲା । ଥାନାରେ ଅଟକ ରଖି ପ୍ରାଥମିକ ଜେରା ପରେ ଅଭିଯୁକ୍ତ ବାପା ଶିଶୁକନ୍ୟାକୁ ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କରିବା ପରେ ହତ୍ୟା ପଛରେ ଏପରି ମାନସିକତା ଥିବା ପ୍ରକାଶ କରିଛି । ଯାହା ପରିବାର ସମେତ ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking