28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଦଳିତ ଛାତ୍ରଙ୍କୁ ପିଟି ପିଟି ହତ୍ୟା

ଦଳିତ ଛାତ୍ରଙ୍କୁ ପିଟି ପିଟି ହତ୍ୟା

ଚଣ୍ଡିଗଡ:  ହରିୟାଣାର ମହେନ୍ଦ୍ରଗଡ଼ରେ ଜଣେ ଦଳିତ ଛାତ୍ରଙ୍କୁ କିଛି ଯୁବକ ପିଟି ପିଟି ହତ୍ୟା କରିଥିବା ଜଣାଯାଇଛି । ଏହାର ଭିଡିଓ ଭାଇରାଲ୍ ହେବା ପରେ ମହେନ୍ଦ୍ରଗଡ଼ ପୁଲିସ ପ୍ରାୟ ଡଜନେ ଲୋକଙ୍କ ବିରୋଧରେ ଏଫ୍‌ଆଇଆର୍ କରିବା ସହ ସହିତ କେତେକଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି । ଏହା ବ୍ୟତୀତ ଘଟଣାରେ ସମ୍ପୃକ୍ତ ବିକ୍କି ଓରଫ୍ ଫୁକରା ନାମକ ଜଣକୁ ପୁଲିସ ଗିରଫ କରିଛି। ତାକୁ କୋର୍ଟ ଦୁଇଦିନ ରିମାଣ୍ଡ୍‌ରେ ପଠାଇ ଦେଇଛନ୍ତି ।

ମୃତ ଛାତ୍ରଙ୍କ ପୋଷ୍ଟମର୍ଟମ୍ ରିପୋର୍ଟରୁ ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଜଣାଯାଇଛି । ଘଟଣା ଅକ୍ଟୋବର ୯ ତାରିଖର ହୋଇଥିବା ବେଳେ ନିକଟରେ ଏହାର ଭିଡିଓ ଭାଇରାଲ୍ ହେବାପରେ ପୁଲିସ କାର୍ଯ୍ୟାନୁଷ୍ଠା ଗ୍ରହଣ କରିଛି । ଘଟଣାଟି ଏହିପରି- ମହେନ୍ଦ୍ରଗଡ଼ ଜିଲ୍ଲା ବୱାନା ଗ୍ରାମର ୧୮ ବର୍ଷୀୟ ଦଳିୟ ଛାତ୍ର ଗୌରବ ଅକ୍ଟୋବର ୯ ତାରିଖ ଦିପହରରେ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ମାଲଡ଼ା ଗ୍ରାମ କେନାଲ ନିକଟରେ ମୁଖ୍ୟ ଅଭିଯୁକ୍ତ ରବି ସମେତ ୧୦ରୁ ଅଧିକ ଲୋକ ରୋକିବା ସହ ହଠାତ୍ ଠେଙ୍ଗା ବାଡ଼ିରେ ଆକ୍ରମଣ କରିଥିଲେ । ଏହି ସମୟରେ ଅନ୍ୟଜଣେ ଅଭିଯୁକ୍ତ ଏହାର ଭିଡିଓ କରୁଥିଲା ।

ଗୌରବ ହାତଯୋଡ଼ି କାକୁତି ମିଳତି ହେଉଥିଲେ ସୁଦ୍ଧା ସେମାନେ ପିଟି ଚାଲିଥିଲେ । ପରେ ତାକୁ ଏକ ହୋଟେଲ୍ ପଛରେ ପକାଇ ଅଭିଯୁକ୍ତିମାନେ ଫେରାର୍ ହୋଇଯାଇଥିଲେ ।  ପରିବାର ସଦସ୍ୟ ଖବର ପାଇଁ ଗୌରବଙ୍କୁ ହସ୍ପିଟାଲ୍ ନେଇଥିଲେ, ଯେଉଁଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ଅନୁସାରେ ସେପ୍ଟେମ୍ବର ୧୫ ତାରିଖରେ ଅଞ୍ଚଳରେ ଦେବୀ ଜାଗରଣ ଉତ୍ସବ ଚାଲିଥିବା ବେଳେ କୌଣସି କାରଣକୁ ନେଇ ଗୌରବ ଓ ରବି ମଧ୍ୟରେ କଥା କଟାକଟି ହୋଇଥଲା । ତା’ର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଏହି ହତ୍ୟା କରାଯାଇଥିବା କୁହାଯାଉଛି । ଘଟଣାର ତଦନ୍ତ ଚଳାଇଥିବା ପୁଲିସ ଅଭିଯୁକ୍ତଙ୍କ ଗିରଫ ପାଇଁ ୩ଟି ଟିମ୍ ଗଠନ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking