29.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଉପରାଷ୍ଟ୍ରପତିଙ୍କ ଅରୁଣାଚଳ ଗସ୍ତକୁ ଚୀନ୍‌ର ବିରୋଧ : ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କଡ଼ା ଜବାବ

ଉପରାଷ୍ଟ୍ରପତିଙ୍କ ଅରୁଣାଚଳ ଗସ୍ତକୁ ଚୀନ୍‌ର ବିରୋଧ : ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କଡ଼ା ଜବାବ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଏମ୍ ଭେଙ୍କିୟାନାଇଡ଼ୁ ନିକଟରେ ଅରୁଣାଚଳ ପ୍ରଦେଶ ଗସ୍ତରେ ଯାଇଥିଲେ । ଉପରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ଚୀନ୍ ଏବେ ବିରୋଧ କରିଛି । ଚୀନ୍ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଏ ସମ୍ପର୍କରେ କହିଛନ୍ତି, ସୀମା ସମ୍ବନ୍ଧିତ ପ୍ରସଙ୍ଗକୁ ନେଇ ଆମର ଦୃଷ୍ଟିକୋଣ ସମାନ ଓ ସ୍ପଷ୍ଟ ରହିଛି । ସେ କହିଛନ୍ତି, ଭାରତ ଅରୁଣାଚଳ ପ୍ରଦେଶର ସ୍ଥାପନା ଅବୈଧ ଭାବେ କରିଛି ଏବଂ ଚୀନ୍ ସରକାର ଏହାକୁ ମାନ୍ୟତା ଦେଉନାହାନ୍ତି । ତେବେ ଚୀନ୍‌ର ଏହି ମନ୍ତବ୍ୟ ଉପରେ ଭାରତୀୟ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ପାଲଟା ଜବାବ ଦିଆଯିବା ସହ ଏହି ମନ୍ତବ୍ୟକୁ ଖାରଜ କରିଦିଆଯାଇଛି ।

ବୁଧବାର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଚୀନ୍‌ର ଏହି ମନ୍ତବ୍ୟକୁ ଖାରଜ କରାଯିବା ସହ କୁହାଯାଇଛି ଯେ ଅରୁଣାଚଳ ପ୍ରଦେଶ ଭାରତର ଏକ ଅଭିନ୍ନ ଅଙ୍ଗ । ଆମ ନେତାମାନେ ଦେଶର ଅନ୍ୟ ରାଜ୍ୟ ପରି  ଏଠାକୁ ନିୟମିତ ଗସ୍ତ କରିଆସୁଛନ୍ତି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଭାରତୀୟ ନେତାଙ୍କ ଦେଶର କୌଣସି ରାଜ୍ୟ ଗସ୍ତକୁ ବିରୋଧ କରିବା ତର୍କହୀନ । ମନ୍ତ୍ରଣାଳୟ ଚୀନ୍‌କୁ କଡ଼ା ଶବ୍ଦରେ ଉତ୍ତର ଦେଇ କହିଛି, ଅରୁଣାଚଳ ପ୍ରଦେଶ ଭାରତର ଅଂଶବିଶେଷ ଏବଂ କେହି ଏହା ଉପରେ ନିଜ ଦାବି ଉଠାଇ ପାରିବେ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking