39.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶତ୍ରାଲ୍‌ରେ ଏନ୍‌କାଉଣ୍ଟରରେ ଶୀର୍ଷ ଆତଙ୍କୀ କମାଣ୍ଡର ନିହତ

ତ୍ରାଲ୍‌ରେ ଏନ୍‌କାଉଣ୍ଟରରେ ଶୀର୍ଷ ଆତଙ୍କୀ କମାଣ୍ଡର ନିହତ

ଶ୍ରୀନଗର : ଜମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲା ଅବନ୍ତୀପୋରାର ତ୍ରାଲ୍ ସେକ୍ଟରରେ ସୁରକ୍ଷାକର୍ମୀଙ୍କୁ ବୁଧବାର ବଡ଼ ସଫଳତା ମିଳିଛି । ସ୍ଥାନୀୟ ଅଞ୍ଚଳର ତିଲୱାନୀ ମୋହଲ୍ଲାରେ ଦୀର୍ଘ ସମୟ ଧରି ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଥିବା ଏନ୍‌କାଉଣ୍ଟର୍‌ରେ ଜୈଶ୍‌-ଏ-ମହମ୍ମଦର ଜଣେ ସ୍ଥାନୀୟ ଶୀର୍ଷ କମାଣ୍ଡର୍ ପ୍ରାଣ ହରାଇଛି । ଏହି ଆତଙ୍କବାଦୀର ନାମ ଶମିମ ସୋଫି ଓରଫ୍ ଶମ୍ ସୋଫି । କଶ୍ମୀର ପୁଲିସ ଆଇଜି ବିଜୟ କୁମାରଙ୍କ ଅନୁସାରେ ଏହି ଆତଙ୍କବାଦୀକୁ ପ୍ରଥମେ ୨୦୦୪ରେ ଗିରଫ କରାଯାଇଥିଲା ଏବଂ ଦୁଇବର୍ଷ ଜେଲ୍‌ରେ କଟାଇଥିଲା । ତେବେ ଜେଲ୍‌ରୁ ମୁକୁଳିବା ପରେ ପୁଣିଥରେ ସକ୍ରିୟା ହୋଇଉଠିଥିଲା ।

୨୦୧୯ରେ ଶମ୍ ସୋଫି ସମ୍ପୂର୍ଣ୍ଣ ଭାବେ ସକ୍ରିୟା ହେବା ସହ କେତେକ ହତ୍ୟାରେ ମଧ୍ୟରେ ସାମିଲ ଥିଲା । ସେ ଜୈଶ୍‌ର ବିଦେଶୀ ଆତଙ୍କବାଦୀଙ୍କୁ ଶରଣ ଦେବା ସହ କଶ୍ମୀରରେ ସେମାନଙ୍କ ରହିବା ବ୍ୟବସ୍ଥା କରୁଥିଲା । ଶମି ସୋଫିଙ୍କୁ ଏନ୍‌କାଉଣ୍ଟର୍‌ରେ ହତ୍ୟା କରିବା ସୁରକ୍ଷାକମୀଙ୍କ ପାଇଁ ଏକ ବଡ଼ ଉପଲବ୍ଧି ହୋଇଥିବା ବେଳେ ଆଉ ଜଣେ ଆତଙ୍କବାଦୀର ତଲାସୀ ଜାରି ରହିଥିବା ବିଜୟ କୁମାର କହିଛନ୍ତି । ଆତଙ୍କୀ ଆକ୍ରମଣରେ ୫ ଜଣ ଜବାନ୍ ଶହିଦ ହେବା ପରେ ସୁରକ୍ଷାକର୍ମୀ ପ୍ରତିଶୋଧ ନେବା ଆରମ୍ଭ କରିଦେଇଛନ୍ତି ।

ତିନିଦିନ ମଧ୍ୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୮ ଆତଙ୍କବାଦୀ ପ୍ରାଣ ହରାଇ ସାରିଲେଣି । ଦକ୍ଷିଣ କଶ୍ମୀରର ତାଲ୍ ଅଞ୍ଚଳର ତିଲୱାନୀ ମୋହଲ୍ଲାରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ପୁଲିସକୁ ଗୁପ୍ତ ସୂଚନା ମିଳିବା ପରେ ସୁରକ୍ଷାକର୍ମୀ ଅଞ୍ଚଳକୁ ଘେରାଉ କରି ତଲାସୀ ଅଭିଯାନ ଚଳାଇଥିଲେ । ଜଣେ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇବା ଫଳରେ ଏନ୍‌କାଉଣ୍ଟର୍ ଆରମ୍ଭ ହୋଇଥିଲା ଏବଂ ସୁରକ୍ଷାକର୍ମୀଙ୍କ ଗୁଳିରେ ଶମି ସୋଫି ପ୍ରାଣ ହରାଇଥିଲା । ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ସୋପିୟାଁ ଜିଲ୍ଲାରେ ଭିନ୍ନ ଭିନ୍ନ ଦୁଇଟି ଏନ୍‌କାଉଣ୍ଟର୍‌ରେ ୫ ଆତଙ୍କବାଦୀ ପ୍ରାଣ ହରାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking