29.1 C
Bhubaneswar
Wednesday, May 1, 2024
Homeକରୋନାଦେଶରେ ଦୈନିକ କରୋନା ସଂକ୍ରମଣ ୫ ହଜାର ଟପିଲା

ଦେଶରେ ଦୈନିକ କରୋନା ସଂକ୍ରମଣ ୫ ହଜାର ଟପିଲା

ଭୁବନେଶ୍ୱର: ଦେଶରେ ଦୈନିକ କରୋନା ସଂକ୍ରମଣ ୫ ହଜାର ଟପିଲା । ଦେଶରେ ଦିନକରେ ୫ ହଜାର ୩୩୫ କରୋନା ପଜିଟିଭ ଚିହ୍ନଟ ହୋଇଛି । ଗତକାଲି ଅପେକ୍ଷା ୨୦% ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନାରେ ଏବେ ସୁଦ୍ଧା ୨୫ ହଜାର ୫୮୭ ରୋଗୀ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୪,୪୩୫ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ  ।

ଗତ ୨୪ ‌ଘଣ୍ଟାରେ ୧୫ଟି ମୃତ୍ୟୁ ରିପୋର୍ଟ କରାଯିବା ଫଳରେ ଦେଶରେ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୦,୯୧୬କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା‌ ମଧ୍ୟରେ ଛତିଶଗଡ଼, ଦିଲ୍ଲୀ, ଗୁଜରାଟ, ହରିୟାଣା, କର୍ଣ୍ଣାଟକ, ଓଡ଼ିଶା ଏବଂ ପଞ୍ଜାବରୁ ଗୋଟିଏ ଲେଖାଏଁ ମୃତ୍ୟୁ ରିପୋର୍ଟ କରାଯାଇଥିବା ବେଳେ ମହାରାଷ୍ଟ୍ରରୁ ୪ଟି ମୃତ୍ୟୁ ରିପୋର୍ଟ କରାଯାଇଛି। ଏହାଛଡ଼ା, ପିଛିଲା ଭାବେ କେରଳ ମଧ୍ୟ ୪ଟି ମୃତ୍ୟୁ ସାମିଲ କରିଛି।

ଦେଶରେ ଦୈନିକ କୋଭିଡ୍‌-୧୯ ‘ପଜିଟିଭିଟି’ ହାର ୩.୩୮% ଥିବା ବେଳେ ସାପ୍ତାହିକ ‘ପଜିଟିଭିଟି’ ହାର ୨.୨୭% ରହିଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking