29.1 C
Bhubaneswar
Wednesday, May 22, 2024
Homeଦେଶ ବିଦେଶ୭ ବର୍ଷରେ ୯ଲକ୍ଷ ଷ୍ଟାର୍ଟଅପ୍ ନିଯୁକ୍ତି

୭ ବର୍ଷରେ ୯ଲକ୍ଷ ଷ୍ଟାର୍ଟଅପ୍ ନିଯୁକ୍ତି

ଭୁବନେଶ୍ୱର: ପ୍ରାୟ ସାତ ବର୍ଷ ପୂର୍ବେ ଷ୍ଟାର୍ଟଅପ୍ ଇଣ୍ଡିଆ ଲଞ୍ଚ୍ ହେବା ପରଠାରୁ ମୋଟ୍ ୮୬,୭୧୩ ଷ୍ଟାର୍ଟଅପ୍ ମାନ୍ୟତା ପାଇଛି । ଯାହା ପ୍ରାୟ ୯ ଲକ୍ଷ ଲୋକଙ୍କୁ ନିଯୁକ୍ତି ଯୋଗାଉଛି । ଏହାସତ୍ତ୍ୱେ ଦେଶର ବେକାରୀ ହାର ମାତ୍ର ୧% ହ୍ରାସ ପାଇଛି । ଜାନୁଆରୀ ୨୦୧୬ ରେ ବେକାରୀ ହାର ରହିଥିଲା ୮.୭% । ଯାହା ମାର୍ଚ୍ଚ ୨୦୨୩ ରେ ପହଞ୍ଚିଛି ୭.୮%ରେ । ଏଥିରୁ ଏହା ସ୍ପଷ୍ଟହୋଇଛି ଯେ ବେକାରୀ ଦୂର କରିବାରେ ଷ୍ଟାର୍ଟଅପ୍ ସହାୟକ ହେଉଛି, କିନ୍ତୁ ସରକାରଙ୍କୁ ଆହୁରି ଅନେକ ପଦକ୍ଷେପ ନେବାକୁ ପଡ଼ିବ ।

ସୂଚନାନୁଯାୟୀ, ମହାରାଷ୍ଟ୍ରରେ ସର୍ବାଧିକ ୧୫,୫୭୧ ଷ୍ଟାର୍ଟଅପ୍ ଆରମ୍ଭ ହୋଇଥିଲା, ଯେଉଁଥିରେ କେବଳ ଗତ ୩ ବର୍ଷରେ ୧.୧୮ ଲକ୍ଷ ନିଯୁକ୍ତି ପାଇଛନ୍ତି । ଏହାସତ୍ତ୍ୱେ ମହାରାଷ୍ଟ୍ରରେ ୭ ବର୍ଷରେ ବେକାରୀ ହାର ବୃଦ୍ଧିପାଇଛି । ଜାନୁଆରୀ ୨୦୧୬ରେ ରାଜ୍ୟରେ ବେକାରୀ ହାର ୪.୬% ରହିଥିଲା, ଯାହା ମାର୍ଚ୍ଚ ୨୦୨୩ ସୁଦ୍ଧା ୫.୫%କୁ ବୃଦ୍ଧିପାଇଛି । ତେବେ ସମାନ ଅବଧିରେ ୟୁପିରେ ବେକାରୀ ହାର ୧୫% ରୁ ୫.୫%, ଗୁଜୁରାଟରେ ୩.୪% ରୁ ୧.୮% ଏବଂ କର୍ଣ୍ଣାଟକରେ ୬.୪%ରୁ ୨.୩% କୁ ହ୍ରାସ ପାଇଛି । ଏହି ଚାରିଟି ରାଜ୍ୟ ସର୍ବାଧିକ ଷ୍ଟାର୍ଟଅପ୍ ସହିତ ଟପ୍‌- ୫ ରାଜ୍ୟ ମଧ୍ୟରେ ଅଛନ୍ତି ।

ଡିପିଆଇଆଇଟି ୩୦ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ୫୬ ଟି ସେକ୍ଟରରେ ମୋଟ୍ ୮୬,୭୧୩ ଷ୍ଟାର୍ଟଅପ୍ ଅନୁମୋଦନ କରିଛି । ୨୦୧୬ରେ, ଏହି ସଂଖ୍ୟା ଥିଲା ମାତ୍ର ୪୪୫ । ସର୍ବାଧିକ ୧୦,୪୧୯ ଷ୍ଟାର୍ଟଅପ୍ ଆଇଟି ସେକ୍ଟରରେ ରହିଛି । ସ୍ୱାସ୍ଥ୍ୟସେବା (୮,୦୮୮) ଦ୍ୱିତୀୟ, ଶିକ୍ଷା (୫,୬୫୦) ତୃତୀୟ, କୃଷି (୪,୨୬୬) ଚତୁର୍ଥ ଏବଂ ଖାଦ୍ୟ ଓ ପାନୀୟ (୪,୧୮୧) ପଞ୍ଚମରେ ରହିଛି । ୨୦୨୨ରେ ସର୍ବାଧିକ ୨୬,୫୫୮ ଷ୍ଟାର୍ଟଅପ୍ ଆରମ୍ଭ ହୋଇଥିଲା । ଏହାପୂର୍ବରୁ, ୨୦୨୧ ଏବଂ ୨୦୨୦ ର କରୋନା ସମୟର ଦୁଇବର୍ଷରେ ୩୪,୬୦୧ ଷ୍ଟାର୍ଟଅପ୍ ମାନ୍ୟତା ପାଇଥିଲା । ୨୦୨୧ରେ ୨୦,୦୮୦ ଆରମ୍ଭ ହୋଇଥିଲା । ଏପର୍ଯ୍ୟନ୍ତ ୧,୫୪୦ ଷ୍ଟାର୍ଟଅପ୍ ଏଆଇ(ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ)ରେ କାର୍ଯ୍ୟାରମ୍ଭ କରିଛନ୍ତି । ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍‌ସରେ ୧,୩୮୫ ଏବଂ ରୋବୋଟିକ୍ସରେ ୪୭୨ ଷ୍ଟାର୍ଟଅପ୍ ଅଛନ୍ତି । ତେବେ ଯାତ୍ରୀଙ୍କ ଅଭିଜ୍ଞତା ଏବଂ ବିମାନବନ୍ଦର କାର୍ଯ୍ୟ ସହିତ ଜଡ଼ିତ ଅଞ୍ଚଳରେ ଗତ ୮ ବର୍ଷ ମଧ୍ୟରେ କେବଳ ୯ ଟି ଷ୍ଟାର୍ଟଅପ୍ ସ୍ୱୀକୃତିପ୍ରାପ୍ତ ହୋଇଛନ୍ତି ।
ଆଇଏନ୍‌ସିର ୪୨ତମ ରିପୋର୍ଟରେ କୁହାଯାଇଛି, ୧୯ ଏଜୁଟେକ୍ ଷ୍ଟାର୍ଟଅପ୍ କର୍ମଚାରୀଙ୍କୁ ଛଟେଇ କରିସାରିଛନ୍ତି ।

କେବଳ ୪ ଟି ୟୁନିକର୍ଣ୍ଣ ୮୫୦୦ ଲୋକଙ୍କୁ ବରଖାସ୍ତ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୮୨ ଷ୍ଟାର୍ଟଅପ୍ ୨୩,୧୯୫ କର୍ମଚାରୀଙ୍କୁ ଛଟେଇ କରିଛି । ୨୦୨୧ ପରଠାରୁ ଭାରତୀୟ ଷ୍ଟାର୍ଟଅପ୍ ଗୁଡିକର ପାଣ୍ଠି ମଧ୍ୟ ପ୍ରାୟ ୪୦% ହ୍ରାସପାଇଛି । ବାଇଜୁ ୨୫୦୦, ଓଲା ୨୩୦୦, ବ୍ଲିଙ୍କେଟ୍ ୧୬୦୦, ଅନ୍‌ଏକାଡେମୀ ୧୫୦୦ ଏବଂ ବେଦାନ୍ତୁ ୧୧୦୯ କର୍ମଚାରୀଙ୍କୁ ହଟାଇ ଦେଇଛି । ଏକ ରିପୋର୍ଟ ଅନୁଯାୟୀ, ୧୬ ଷ୍ଟାର୍ଟଅପ୍ ଚଳିତ ବର୍ଷ ସେମାନଙ୍କ ଶତପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିଛି । ଏପରି କରିଥିବା କମ୍ପାନୀଗୁଡିକ ବାଙ୍ଗାଲୋରରେ ବେଷ୍ଟ ବିଟ୍ରେଡ୍ , ଡିୟୁ ଏକ୍ସ ଏଜୁକେସନ ଏବଂ ଚେନ୍ନାଇର ଫିପୋଲା ଭଳି କମ୍ପନାନି ଅନ୍ତର୍ଭୁକ୍ତ । ଜାନୁଆରୀ-ମାର୍ଚ୍ଚ ୨୦୨୩ ତ୍ରୟମାସରେ, କେବଳ ୭ ଟି ଭାରତୀୟ ଷ୍ଟାର୍ଟଅପ୍ ବଡ଼ ଡିଲ୍ କରିପାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking