28.9 C
Bhubaneswar
Sunday, May 5, 2024
Homeଓଡିଶାହଡପ ହୋଇଥିଲା ୩୯ ଲକ୍ଷ  : ୨୫ ଲକ୍ଷ ଫେରିଲା

ହଡପ ହୋଇଥିଲା ୩୯ ଲକ୍ଷ  : ୨୫ ଲକ୍ଷ ଫେରିଲା

ଭୁବନେଶ୍ୱର: ବଡ ସାଇବର ଠକେଇର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ଠକେଇ ହୋଇଥିବା ୩୯ ଲକ୍ଷରୁ ୨୫ ଲକ୍ଷ ଫେରିବାରେ ସଫଳ ହୋଇଛି । ଏହି ଘଟଣା ସଂପର୍କରେ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ପ୍ରଦାନ କରିଛନ୍ତି । ଜଗତପୁର ଥାନା ଅଂଚଳର ଜଣେ ବ୍ୟକ୍ତିଙ୍କୁ ଠକେଇ ହୋଇଥିଲା । ଜମିରେ ମୋବାଇଲ ଟାୱାର ବସାଇବାକୁ କହି ଲୋଭ ଦେଖାଯାଇଥିଲା । ଲୋଭନୀୟ ଅଫର ଦେଖାଇ ୩୯ ଲକ୍ଷ ଟଙ୍କା ହଡପ କରିନେଇଥିଲେ । ଜଗତପୁର ଥାନାରେ ଏତଲା ପରେ ସ୍ୱତନ୍ତ୍ର ଟିମ କରାଯାଇଥିଲା । ଟିମ ତଦନ୍ତ କରି ଠକେଇର ମୂଳ ଚେର କୋଲକାତାରେ ଠାବ କରିଥିଲେ । ଅଭୟ ତିୱାରୀ ନାମକ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇ ଜେଲରେ ଥିଲା । ପୋଲିସ ତଦନ୍ତ କରି ଦୁଇ ସହଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଉଭୟଙ୍କୁ ରିମାଣ୍ଡରେ ଆଣି ଜେରା ପରେ ଟଙ୍କା ଉଦ୍ଧାର କରାଯାଇଛି । ମୋଟ ୨୫ ଲକ୍ଷ ୭୦ ହଜାର ୩ଶହ ଟଙ୍କା ଉଦ୍ଧାର ହୋଇଛି । ଉଦ୍ଧାର ଟଙ୍କାକୁ ଠକେଇର ଶିକାର ବ୍ୟକ୍ତିଙ୍କ ଆକାଉଣ୍ଟକୁ ପଠାଯାଇଛି । ଆବଶ୍ୟକ ହେଲେ ଅଭୟ ତିୱାରୀକୁ ରିମାଣ୍ଡରେ ଅଣାଯିବ ବୋଲି କମିଶନର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking