30.1 C
Bhubaneswar
Saturday, May 18, 2024
Homeଓଡିଶାଓଟିଡିସି ପକ୍ଷରୁ ୭୨ତମ ବନ ମହୋତ୍ସବ ପାଳିତ

ଓଟିଡିସି ପକ୍ଷରୁ ୭୨ତମ ବନ ମହୋତ୍ସବ ପାଳିତ

କଟକ : କୋଭିଡ୍-୧୯ କଟକଣା ପାଇଁ ବନ୍ଦ ଥିବା କଟକସ୍ଥିତ ସିଲଭର୍ ସିଟି ବୋଟ୍ କ୍ଲବ୍ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଉନ୍ମୁକ୍ତ ହେବାପରେ ଆଜି ସେଠାରେ ୭୨ତମ ବନ ମହୋତ୍ସବ ପାଳିତ ହୋଇଯାଇଛି।

ଓଟିଡିସି ଅଧ୍ଯକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷରୋପଣ କରିବା ସହ ଗଛଟିଏ ଲଗାଇଲେ ଉଭୟ ସମାଜ ଓ ନିଜର କଲ୍ୟାଣ ସାଧନ ହୋଇପାରିବ ବୋଲି କହିଥିଲେ। ଗଛ ଲଗାଇବା ପାଇଁ ଉତ୍ସାହିତ କରି ସେ କହିଥିଲେ ଯେ, ଗଛ ଆମକୁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍ ଯୋଗାଇ ଥାଏ। ସୁଷମ ଖାଦ୍ୟ, ସ୍ଵଚ୍ଛ ଜଳ ଓ ପ୍ରଦୂଷଣ ମୁକ୍ତ ବାୟୁର ଆବଶ୍ୟକତାକୁ ବୃକ୍ଷ ହିଁ ପୂରଣ କରିଥାଏ l ବୃକ୍ଷ ମଧ୍ୟ ମନୁଷ୍ୟର ଜୀବନ-ଜୀବିକାର ପ୍ରମୁଖ କାରଣ ହୋଇ ପାରୁଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ବୃକ୍ଷଲତା ସ୍ବତନ୍ତ୍ର ଦୁର୍ବଳତା ରହିଛି, ବୃକ୍ଷରୋପଣ ପାଇଁ ସେ ସର୍ବଦା ପରାମର୍ଶ ଦେଇଥାନ୍ତି ବୋଲି ସେ କହିଥିଲେ।

କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ଅୟୋଜିତ ଏହି କାର୍ଯ୍ୟକ୍ରମରେ ଓଟିଡିସିର ଅନ୍ୟ ପଦାଧିକାରୀମାନଙ୍କ ସମେତ ପାନ୍ଥନିବାସ କର୍ମଚାରୀମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଏପ୍ରିଲ ୧୪ ଓଡ଼ିଆ ନବବର୍ଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ସିଲଭର୍ ସିଟି ବୋଟ୍ କ୍ଲବକୁ ଲୋକାର୍ପିତ କରିଥିଲେ। ଏହି ବୋଟିଂ କ୍ଲବ୍ ପୁଣିଥରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି ଓ ସରକାରଙ୍କ କୋଭିଡ୍ ଗାଇଡ ଲାଇନକୁ ପାଳନ କରି ପର୍ଯ୍ୟଟକଙ୍କ ପାଇଁ ମନୋରଞ୍ଜନ ଭିତ୍ତିକ ଜଳକ୍ରୀଡ଼ା ଆରମ୍ଭ ହୋଇଛି।ଏହି ବୋଟ୍ କ୍ଲବରେ ଜେଟ ସ୍କି, ସ୍ପିଡ୍‍ ବୋଟ, ଡେ କ୍ରୁଜ୍‍, ବାନାନା ବୋଟ, ଇନଫ୍ଲେଟେବୁଲ୍‍ ବୋଟ୍‍, ୱାଟର ସ୍କୁଟର, ଫ୍ଲୋଟିଂ କାଫେ, କାୟାକିଂ, କାନୋଇଙ୍ଗ, ପେଡାଲ୍‍ ବୋଟ୍‍, ସ୍କୁବା ଡାଇଭିଂ ଭଳି ଅନେକ କାର୍ଯ୍ୟକଳାପ ସାମିଲ୍ ଅଛି । ତେବେ ବର୍ତ୍ତମାନ ରାଜ୍ୟ ସରକାରଙ୍କ କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ପ୍ରତ୍ୟକ ଶନିବାର ଓ ରବିବାର ( ସପ୍ତାହାନ୍ତ ସଟଡାଉନ୍ ପାଇଁ ) ଏହି ବୋଟ୍ କ୍ଲବ୍ ବନ୍ଦ ରହିବ। କୋଭିଡ୍ -୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ବୋଟ୍ ଓ ଅନ୍ୟାନ୍ୟ ଉପକରଣ ଗୁଡ଼ିକ ନିୟମିତ ସାନିଟାଇଜ୍ କରାଯାଉଛି।

ରାଜ୍ୟରେ ପର୍ଯ୍ୟଟନର ବିକାଶ ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଉଛନ୍ତି ଓ ତାଙ୍କ ପରାମର୍ଶରେ ମହାନଦୀରେ ଜଳଭିତ୍ତିକ ମନୋରଞ୍ଜନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ଓଡିଶା ପର୍ଯ୍ୟଟନ ବିଭାଗ ସହାୟତାରେ ଏହି ବୋଟ କ୍ଲବ୍‍କୁ ୨ କୋଟି ଟଙ୍କା ବିନିଯୋଗରେ ନବୀକରଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking