29.1 C
Bhubaneswar
Saturday, April 27, 2024
Homeଓଡିଶାବଢିଚାଲିଛି ସାଇବର ଅପରାଧ : ‘ପିଲାଙ୍କୁ ଦୂରେଇ ରଖିବାରେ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଢିଚାଲିଛି ସାଇବର ଅପରାଧ : ‘ପିଲାଙ୍କୁ ଦୂରେଇ ରଖିବାରେ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଭୁବନେଶ୍ୱର : ଆଜି କାଲି ଦିନକୁ ଦିନ ସାଇବର ଅବରାଧ ବଢିଚାଲିଛି । ତେବେ ଇଣ୍ଟରନେଟ୍ ବ୍ୟବହାର ସମୟରେ ପିଲାମାନଙ୍କୁ ସାଇବର ଅପରାଧୀଙ୍କ ଠାରୁ ଦୂରେଇ ରଖିବାରେ ଅଭିଭାବକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଶିଶୁ ଓ ମହିଳାମାନଙ୍କୁ ଏଭଳି ଅପରାଧୀଙ୍କ ଶିକାର ହେବାରୁ ଦୂରେଇ ରଖିବାକୁ ବ୍ୟାପକ ଜନସେଚତନା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ପିପୁଲସ କଲଚରାଲ ସେଣ୍ଟର (ପିକକ) ଓ ଫୋରାଲଡ୍ରାଲୋସା ବାର୍ଣ୍ଣର ମିଳିତ ସହଯୋଗରେ ଅନଲାଇନ୍‍ ସୁରକ୍ଷା ଉପରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କର୍ମଶାଳାରେ ଏଭଳି ମତପ୍ରକାଶ ପାଇଛି । କର୍ମଶାଳା ପ୍ରାରମ୍ଭରେ ‘ପିକକ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଅତିଥି ପରିଚୟ ସହିତ ସାଇବର ଅପରାଧର ଭୟାବହତା ଓ ଏହାର ନିରାକରଣ ସଂକ୍ରାନ୍ତରେ ସୂଚନା ଦେଇଥିଲେ । ‘ପିକକ’ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି କୋଭିଡ ମହାମାରୀ ସମୟରେ ସାଇବର କ୍ରାଇମ ବଢିଥିବାବେଳେ ଅନ୍‍ଲାଇନ୍‍ ନିରାପତ୍ତା ମଧ୍ୟ ବିପନ୍ନ ହୋଇଛି । ଇଣ୍ଟରନେଟ୍‍ ବ୍ୟବହାରର ଭଲମନ୍ଦ ବିଷୟରେ ଆମେ ଜାଣିପାରୁନଥିବାରୁ ଅନ୍‍ଲାଇନ୍‍ ଜରିଆରେ ମିଥ୍ୟା ବିବାହ ଓ ଶିଶୁ ଚାଲାଣ ଆଦିର ଶିକାର ନହେବା ପାଇଁ ସତର୍କ ରହିବା ଆବଶ୍ୟକ ବୋଲି ସେ କହିଥିଲେ ।

କର୍ମଶାଳାରେ ଆଡପସନ ସେଣ୍ଟର ଜାତୀୟ ନିର୍ଦ୍ଦେଶିକା ରୁବି ରାଉତ କହିଥିଲେ ଯେ, ଆମେ ପିଲାଙ୍କୁ ଅଧିକ ସମୟ ଦେବା ସହ ପିଲାଙ୍କ ଇଣ୍ଟରନେଟ ବ୍ୟବହାର ଉପରେ ନଜର ରଖିବା ଆବଶ୍ୟକ । ଠକେଇର ଶିକାର ହେଲେ ତୁରନ୍ତ ପୁଲିସ୍‍ରେ ଅଭିଯୋଗ କରିବା ଉଚିତ୍‍ ବୋଲି ରାଜ୍ୟ ଶିଶୁ ସୁରକ୍ଷା ସମିତିର ସଂଯୋଜକ ପ୍ରୀତିକାନ୍ତ ପଣ୍ଡା ପରାମର୍ଶ ଦେଇଥିଲେ । ଏନ୍‍ଆଇସିର ପୂର୍ବତନ ବରିଷ୍ଠ ବୈଷୟିକ ବିଶେଷଜ୍ଞ ଡ. ରବୀନ୍ଦ୍ର ନାରାୟଣ ବେହେରା ବର୍ତ୍ତମାନ ପିଲା ଓ ମହିଳାମାନେ ସବୁଠାରୁ ଅଧିକ ପ୍ରଭାବିତ ହେଉଥିବା କହିଥିଲେ । ସୁଶ୍ରୀ ଶୈଲାନୀ ସୁମନ ଆଲୋଚନାରେ ଭାଗନେଇ କହିଥିଲେ ଯେ ଇଣ୍ଟରନେଟ୍‍ ଓ ସୋସିଆଲ ମିଡିଆରେ ପିଲାମାନେ କ’ଣ କରିବା ଉଚିତ୍‍ ଓ ଅନୁଚିତ୍‍ ତାହା ଜାଣିବା ଆବଶ୍ୟକ । ‘ପିକକ’ର ଅଧ୍ୟକ୍ଷା ଡକ୍ଟର ମିନାକ୍ଷୀ ପଣ୍ଡା କହିଥିଲେ ଯେ, ସାଧାରଣ ଲୋକଙ୍କୁ ଇଣ୍ଟରନେଟ୍‍ ସୁରକ୍ଷା ବିଷୟରେ ବୁଝାଇବାକୁ ପଡ଼ିବ । ଏହି ଆଲୋଚନାଚକ୍ରରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ଆଶା, ଅଙ୍ଗନବାଡି, ପଞ୍ଚାୟତ ପ୍ରତିନିଧି, ଏସଏଚଜି ସଦସ୍ୟା ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଡକ୍ଟର ସୁମିତ୍ରା ମହାନ୍ତି ଧନ୍ୟବାଦ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking