33.1 C
Bhubaneswar
Saturday, April 27, 2024
HomeUncategorizedକଟକରୁ ଚାଲି ଚାଲି ରାଉରକେଲାରେ ପହଞ୍ଚିଲେ ଶ୍ରମିକ

କଟକରୁ ଚାଲି ଚାଲି ରାଉରକେଲାରେ ପହଞ୍ଚିଲେ ଶ୍ରମିକ

ରାଉରକେଲା: କରୋନା ମହାମାରୀ ମୁକାବିଲା ପାଇଁ ଲକ୍‌?ଡାଉନର ଅବଧି ବୃଦ୍ଧି କରାଯାଇଥିବାବେଳେ ଶ୍ରମିକଙ୍କ ଦୁର୍ଦ୍ଦଶା ମଧ୍ୟ ବଢ଼ିଛି । ଏହି ପରିପ୍ରେକ୍ଷୀରେ କଟକରୁ ଚାଲି ଚାଲି ରାଉରକେଲାରେ ପହଞ୍ଚିଛନ୍ତି ୨୦ ଶ୍ରମିକ । ଏହି ଶ୍ରମିକମାନେ ଝାଡ଼ଖଣ୍ଡର ହୋଇଥିବାବେଳେ ସେମାନଙ୍କୁ ରାଉରକେଲା ପୁଲିସ ନିଜ ରାଜ୍ୟକୁ ପଠାଇ ଦେଇଛି ।
ସୂଚନା ଅନୁଯାୟୀ, ପ୍ରଥମେ ପଶ୍ଚିମବଙ୍ଗର ପୁରୁଲିଆ ଏବଂ ମଙ୍ଗଳବାର ଉତ୍ତରପ୍ରଦେଶକୁ ୧୦୪ ଶ୍ରମିକଙ୍କୁ ପଠାଯାଇଥିଲା । ଏହି ଶ୍ରମିକମାନେ ଉତ୍ତର ପ୍ରଦେଶର କାନପୁର ସହର ଏବଂ ଏହାର ଆଖପାଖ ଅଞ୍ଚଳର କ୍ଷ ୪ଟି ବସ୍ ଯୋଗେ ସମସ୍ତଙ୍କୁ ସମ୍ବଲପୁର ପଠାଯାଇଥିଲା । ସମ୍ବଲପୁରରୁ ସ୍ୱତନ୍ତ୍ର ଟ୍ରେନରେ ସେମାନେ କାନପୁର ଆଭିମୁଖେ ଯାଇଥିଲେ । ଏହାପରେ ବୁଧବାର ଝାଡ଼ଖଣ୍ଡର ୨୦ ଜଣ ଶ୍ରମିକ ରାଉରକେଲାରେ ପହଞ୍ଚିଥିଲେ । ସେମାନେ କଟକରୁ ଦୀର୍ଘ ପଥ ଚାଲି ଚାଲି ଆସିଥିଲେ । ପୁଲିସ ସେମାନଙ୍କୁ ପଚରାଉଚରା କରିବା ପରେ ସମସ୍ତେ ଝାଡ଼ଖଣ୍ଡର ବୋକାରୋ ଏବଂ ଧୋନବାଦ ଅଞ୍ଚଳର ବୋଲି ଜଣାପଡ଼ିଥିଲା । ପରେ ସେମାନଙ୍କୁ ଝାଡ଼ଖଣ୍ଡ ସୀମାନ୍ତକୁ ପୁଲିସ ପଠାଇଥିଲା । ଏମାନେ କଟକରେ ଶ୍ରମିକ ଭାବେ କାମ କରୁଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking