28.1 C
Bhubaneswar
Thursday, March 28, 2024
Homeଓଡିଶାକରୋନାରେ ପ୍ରଭାବିତ ଝାଡ଼ଖଣ୍ଡର ପରିବାର : ଅନାହାରରେ ବିତୁଛି ଜଗନ୍ନାଥଙ୍କ ସଂସାର

କରୋନାରେ ପ୍ରଭାବିତ ଝାଡ଼ଖଣ୍ଡର ପରିବାର : ଅନାହାରରେ ବିତୁଛି ଜଗନ୍ନାଥଙ୍କ ସଂସାର

ଗଞ୍ଜାମ : ଏବେବି ଦେଶରେ ଲକ୍ଷ ଲକ୍ଷ ଲୋକ ଅଛନ୍ତି ଯେଉଁ ମାନଙ୍କୁ ଦୁଇଓଳି ଦୁଇମୁଠା ଆହାର ଯୋଗାଡ କରିବା ସମ୍ଭବପର ହୋଇପାରୁ ନାହିଁ । ଅର୍ଦ୍ଧାହାର, ଅନାହାରରେ ଜୀବନ ବିତାଉଥିବା ଦେଖିବାକୁ ମିଳୁଛି । କରୋନା ମହାମାରୀ ଭଳି ବିପତ୍ତି ସମୟରେ ସରକାର ଗରିବମାନେ ଯେପରି ଭୋକିଲା ନରହିବେ ସେଥିପାଇଁ ଉଦ୍ୟମ କରୁଛନ୍ତି । କିନ୍ତୁ ସରକାରଙ୍କ ଉଦ୍ୟମ ସମସ୍ତଙ୍କ ପାଖରେ ପହଁଚିପାରୁନାହିଁ । ଆଜି ଏହିଭଳି ଅର୍ଦ୍ଧାହାର, ଅନାହାରରେ ଜୀବନ ବିତାଉଥିବା ଗୋଟିଏ ପରିବାରକୁ ଦେଖିବାକୁ ମିଳିଥିଲା ଦିଗପହଣ୍ଡି ବ୍ଲକ ଗଣିଆନାଳ ଛକରେ । ସନ୍ଧ୍ୟା ୬ଟା ସମୟରେ ଗୋଟିଏ ଦାକାନ ବାରଣ୍ଡାରେ ଆଜି ରାତିଟା କଟାଇବା ପାଇଁ ଉକ୍ତ ପରିବାର ନିଷ୍ପତ୍ତି ନେଇଛନ୍ତି । ରାତି ପାଇଁ ଆହାର ଜୁଟିନଥିବା ଯୋଗୁଁ ଭୋକରେ ଶୋଇପଡିବା ଛଡା ତାଙ୍କ ପାଖରେ ଆଉ କିଛି ଉପାୟ ନାହିଁ ବୋଲି ପରିବାରର ମହିଳା ନିଳିମା ରାମ କହିଛନ୍ତି । ପାଖରେ ୬ଟି ସନ୍ତାନ, କୋଳରେ ୫ ମାସର ପୁତ୍ର । ସମସ୍ତଙ୍କ ମୁହଁରେ ବିକଳ ଚେହେରା । ଏମାନେ ଝାଡଖଣ୍ଡ ରାଜ୍ୟର ବୋଲି ଜଣାପଡ଼ିଛି । ଏମାନେ ଯାଯାବର ଭାବେ କାଳତିପାତ କରୁଥିବା ବେଳେ ଅଧିକାଂଶ ସମୟ ଗଣିଆନାଳ ଛକରେ ରହୁଛନ୍ତି ବୋଲି ଛକର ବଙ୍ଗାଳି ଦୋରା ନାମକ ଜଣେ ଦୋକାନୀ କହିଛନ୍ତି । ସେମାନେ ଯେନତେନ ପ୍ରକାରେ ଜୀବନ ବିତାଉଥିଲେ ମଧ୍ୟ ଲକଡାଉନ କଟକଣା ଯୋଗୁଁ ସେମାନଙ୍କ ପାଇଁ ବଞ୍ଚିବା ଆହୁରି କଷ୍ଟସାଧ୍ୟ ହୋଇପଡିଛି ବୋଲି ନିଳିମାଙ୍କ ସ୍ୱାମୀ ଜଗନ୍ନାଥ ରାମ କହିଛନ୍ତି । ତାଙ୍କୁ ଆଉ କୌଣସି କାମ ମିଳୁ ନାହିଁ । ଖାଦ୍ୟ ଅଭାବ ଯୋଗୁଁ ତାଙ୍କର ସମସ୍ତ ଶିଶୁ ଅପପୃଷ୍ଟିର ଶିକାର ହୋଇଥିବା ଲକ୍ଷ୍ୟ କରାଯାଉଛି । ସମ୍ପୃକ୍ତ ପରିବାରର ଏଭଳି ଦୁର୍ଦ୍ଦଶା ଦେଖି ସ୍ଥାନୀୟ ସିଦ୍ଧେଶ୍ୱର ସରପଞ୍ଚଙ୍କ ଦୃଷ୍ଟିଆକର୍ଷଣ କରିବାରୁ ସେମାନଙ୍କୁ ୨୫ କିଲୋ ଚାଉଳ ଦିଆଯାଇଥିବା କହିଥିଲେ । ରାତ୍ରୀରେ ସଂଗରୋଧ ଶ୍ରମିକମାନଙ୍କ ପାଇଁ ରୋଷେଇ ହୋଇଥିବା ଖାଦ୍ୟରୁ ସେମାନଙ୍କୁ ଦିଆଯିବାର ବ୍ୟବସ୍ଥା କରାଯାଇଥିଲା । ଏହି ଲୋକମାନଙ୍କ ଅବସ୍ଥା ସମ୍ପର୍କରେ ଦିଗପହଣ୍ଡି ତହସିଲଦାର ଆଦିତ୍ୟ କୁମାର ସ୍ୱାଇଁଙ୍କୁ ଅବଗତ କରାଯିବାରେ ସେ ତାଙ୍କ ତରଫରୁ କିଛି ଶୁଖିଲା ଖାଦ୍ୟ ଯୋଗାଇବାର ବନ୍ଦୋବସ୍ତ କରିବେ ବୋଲି କହିଥିଲେ । ଆବଶ୍ୟକ ହେଲେ ସିଦ୍ଧେଶ୍ୱର ସରପଞ୍ଚଙ୍କ ସହ କଥା ହୋଇ ଏମାନଙ୍କ ଖାଇବା ବନ୍ଦୋବସ୍ତ କରିବେ ବୋଲି ଆଶ୍ୱସନା ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking