30.1 C
Bhubaneswar
Friday, April 26, 2024
Homeଅପରାଧଦୁଇଟି ସ୍ତ୍ରୀ ଥାଇ କରିଥିଲା ତୃତୀୟ ବିବାହ କରିଥିଲା କୁଳାଙ୍ଗାର ସ୍ୱାମୀ,ଆଉ ସ୍ତ୍ରୀକୁ ମାରିକି ଭାଙ୍ଗିଦେଲା...

ଦୁଇଟି ସ୍ତ୍ରୀ ଥାଇ କରିଥିଲା ତୃତୀୟ ବିବାହ କରିଥିଲା କୁଳାଙ୍ଗାର ସ୍ୱାମୀ,ଆଉ ସ୍ତ୍ରୀକୁ ମାରିକି ଭାଙ୍ଗିଦେଲା ଗୋଡ ହାତ

ଗଞ୍ଜାମ : ସ୍ୱାମୀ-ସ୍ତ୍ରୀର ପବିତ୍ର ସମ୍ପର୍କରେ ଲାଗିଲା ନିଆଁ | ଗଞ୍ଜାମ ଜିଲ୍ଲା ବୁଗୁଡାରେ ଏକ ଅତି ଅମାନବୀୟ ଘଟଣା ଏବେ ସାମ୍ନାକୁ ଆସିଛି | ଗତକାଲି ବୁଗୁଡା଼ ସ୍ଥିତ ଏକ ଭଡ଼ା ଘରୁ ପୁଲିସ ଜଣେ ମହିଳାଙ୍କୁ ଉଦ୍ଧାର କରିଛି । ପରେ ମହିଳାଙ୍କୁ ତାଙ୍କ ବାପଘରେ ନେଇ ଛାଡି ଦେଇଥିବାର ଜଣା ପଡିଛି । ତେବେ ମହିଳା ଜଣଙ୍କ ହେଲେ ହୀରା ନାଇକ ବୋଲି ଜଣା ପଡିଛି ।
ପୂରା ଘଟଣାଟି ଏମିତି | ହୀରା ପଦ୍ମନାଭ ସାହୁଙ୍କୁ ଦୀର୍ଘ ୮ବର୍ଷ ପୂର୍ବେ ପ୍ରେମ କରି ବିବାହ କରିଥିଲେ । ହେଲେ ସେ ପଦ୍ମନାଭଙ୍କ ତୃତୀୟ ସ୍ତ୍ରୀ । ତେବେ ଏଠାରେ ସୂଚନାଯୋଗ୍ୟ ଯେ, ପଦ୍ମନାଭ ସଦା ସର୍ବଦା ହୀରାଙ୍କୁ ନିର୍ଯାତନା ଦେଉଥିଲେ । ଅଧିକାଂଶ ସମୟ ପଦ୍ମନାଭ ହୀରାଙ୍କୁ ଲୁହା ରଡରେ ବାଡାଇ କ୍ଷତବିକ୍ଷତ କରିଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । କିନ୍ତୁ ଏଥର ପଦ୍ମନାଭ ହୀରାଙ୍କୁ ଲୁହା ରଡରେ ପିଟି ତାଙ୍କର ଦୁଇ ଗୋଡ଼ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିବା ହୀରା ଅଭିଯୋଗ କରିଛନ୍ତି । ଏ ସମସ୍ତ ଘଟଣା ଘଟାଇବା ପରେ ସେ ଭଡ଼ାଘରେ ଚାବି ପକାଇ କେଉଁ ଆଡେ ଫେରାର ହୋଇ ଯାଇଥିବାର ଜଣା ପଡିଛି । ବୁଗୁଡା଼ ପୋଲିସ ଖବର ପାଇ ଘରୁ ହୀରାଙ୍କୁ ଉଦ୍ଧାର କରିଛି । ଚିକିତ୍ସା କରାଇ ହୀରାଙ୍କୁ ବାପଘରେ ପଞ୍ଚଭୁତି ଗ୍ରାମରେ ଆଣି ଛାଡ଼ି ଦେଇ ଛନ୍ତି । ହୀରାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଛି।ଗୋଟିଏ ପଟେ ହୀରାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବା ବେଳେ ଅନ୍ୟପଟେ ସ୍ବାମୀ ପଦ୍ମନାଭ ଏହି ଘଟଣା କାହାରିକୁ ଜଣାଇଲେ ଜୀବରୁ ମାରିଦେବା ପାଇଁ ଧମକ ଦେଇଛନ୍ତି । ବର୍ତ୍ତମାନ ହୀରାଙ୍କର ସାତ ବର୍ଷର ଗୋଟିଏ ପୁତ୍ର ସନ୍ତାନ ଅଛି । ହୀରାଙ୍କୁ ଏବଂ ତାର ବାପା ମା ଏବଂ ଭଉଣୀଙ୍କୁ ମଧ୍ୟ ମାରି ଦେବା ପାଇଁ ପଦ୍ମନାଭ ଧମକ ଦେଇଛି । ବର୍ତ୍ତମାନ ହୀରାଙ୍କ ସମସ୍ତ ପରିବାର ଲୋକଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ଦାବି ହେଉଛି । ତେବେ ଆଗରୁ ଦୁଇଟି ପତ୍ନୀ ରହିଥିବାରୁ ସ୍ୱାମୀ ହୀରାଙ୍କ ଉପରେ ଏପରି ଅତ୍ୟାଚାର କରୁଥିବାର କୁହାଯାଉଛି |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking