26.1 C
Bhubaneswar
Friday, March 29, 2024
Homeଓଡିଶାବିଦ୍ୟୁତ ଖୁଣ୍ଟରେ କାମ କଲାବେଳେ ଅଘଟଣ

ବିଦ୍ୟୁତ ଖୁଣ୍ଟରେ କାମ କଲାବେଳେ ଅଘଟଣ

ଝାରସୁଗୁଡା: ଝାରସୁଗୁଡାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅନେକ ସମୟରେ ବିଦ୍ୟୁତ ଆଘାତ ଯୋଗୁଁ ବିଦ୍ୟୁତ କର୍ମଚାରୀ ମାନଙ୍କର ଏହିଭଳି ଅଘଟଣ ହେଉଥିବା ଜଣାପଡିଛି । ତେବେ ସେହିଭଳି ଏକ ଅଘଟଣ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର– ବେଳପାହାଡ଼ ନିକଟରେ ଘଟିଥିବା ଜଣାପଡିଛି ।
ସୂଚନା ଅନୁସାରେ, ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ବେଳପାହାଡ଼ ରେଳ ଲାଇନ ଲଜକୁରା ନିକଟରେ ଆଜି ବିଦ୍ୟୁତ୍ ମରାମତି କାମ ଚାଲିଥିବା ବେଳେ ଦୁର୍ଘଟଣା ଘଟିଛି । ବିଦ୍ୟୁତ୍ ଖୁଣ୍ଟକୁ ଚଢ଼ି କାମ କରୁଥିବା ବେଳେ ସର୍ଟ ସର୍କିଟ ଯୋଗୁ ରେଳ ଠିକା ସଂସ୍ଥାର ୪ ଜଣ ବିଦ୍ୟୁତ ଯନ୍ତ୍ରୀ ଆହତ ହୋଇଛନ୍ତି । ସେମାନେ ହେଲେ ସୋମ ଚତୁମ୍ବା, ସୋନା ରାମ, ଖାଦାୟତ ପ୍ରଧାନ ଓ ସରଦାର । ତେବେ ସୋମା ଚତୁମ୍ବା ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ସ୍ଥାନୀୟ କେନ୍ଦ୍ରୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକ ଚିକିତ୍ସା ପାଇଁ ଗୁରୁତରଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯିବ ବୋଲି କେନ୍ଦ୍ରୀୟ ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking