28.1 C
Bhubaneswar
Saturday, April 27, 2024
Homeଓଡିଶାବିଧାନସଭା ଅଧିବେଶନ ପୂର୍ବରୁ ବାଚସ୍ପତି ଓ ବିଧାୟକଙ୍କ କରୋନା ପରୀକ୍ଷା

ବିଧାନସଭା ଅଧିବେଶନ ପୂର୍ବରୁ ବାଚସ୍ପତି ଓ ବିଧାୟକଙ୍କ କରୋନା ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ୧ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ତା’ପୂର୍ବରୁ ଆଜି ବାଚସ୍ପତି, ସମସ୍ତ ବିଧାୟକ ଓ ବିଧାନସଭା କର୍ମଚାରୀଙ୍କର କରୋନା ପରୀକ୍ଷା କରାଯାଇଛି। ବିଧାନସଭା ପରିସରରେ ହୋଇଥିବା ସ୍ୱତନ୍ତ୍ର ଶିବିରରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, କଂଗ୍ରେସ ବିଧାୟକ ସୁରେଶ ରାଉତରାୟ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ ବହୁ ବିଧାୟକଙ୍କ ନମୁନା ସଂଗ୍ରହ କରାଯାଇଛି। ଏଥିସହ ସମସ୍ତ ବିଧାୟକଙ୍କର ଆଣ୍ଟିବଡି ପରୀକ୍ଷା ମଧ୍ୟ କରାଯାଉଛି। ଏଥିପାଇଁ ବିଧାନସଭା ପରିସରରେ ପୃଥକ ପୃଥକ ଦୁଇଟି କ୍ୟାମ୍ପ କରାଯାଇଛି। ସୂଚନାଯୋଗ୍ୟ, ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ୧ ତାରିଖରୁ ଆରମ୍ଭ ହୋଇ ୯ ତାରିଖ ଯାଏ ଚାଲିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking