28.1 C
Bhubaneswar
Saturday, April 27, 2024
Homeଓଡିଶାରାଜ୍ୟରୁ ଆଜି ୬,୧୧୮ ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ କଟକ

ରାଜ୍ୟରୁ ଆଜି ୬,୧୧୮ ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ କଟକ

ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ଗତିରେ କମୁଛି କରୋନା ସଂକ୍ରମଣ ପ୍ରଭାବ। ଗତକାଲି ୭୦୦୨ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୬,୧୧୮ ଜଣ କରୋନା ରୋଗୀ। ବର୍ତ୍ତମାନ ଲକଡାନର ପ୍ରଭାବ ରାଜ୍ୟରେ କିଛିମାତ୍ରାରେ ପଡ଼ୁଥିବା ଲକ୍ଷ୍ୟ କରାଯାଉଛି । ଏହା ମଧ୍ୟରେ ଆଜି ପୁଣି ୬୧୧୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୪୫୩ ଓ ସ୍ଥାନୀୟ ଅଞ୍ଚଳରୁ ୨୬୬୫ ଜଣ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ରୁ ଚିହ୍ନଟ ହୋଇଛନ୍ତି ୪୯୫ କରୋନା ରୋଗୀ। ତାଲିକାର ଉପରେ ରହିଛି ଆଜି କଟକ। ଏହି ଜିଲ୍ଲାରୁ ୬୪୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ତାଲିକାର ତୃତୀୟ ସ୍ଥାନରେ ରହିଛି ଜାଜପୁର। ଏଠାରୁ ୫୬୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଅନୁଗୁଳରେ ଆଜି ୪୧୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱରେ ୧୯୫, ବରଗଡରେ ୧୬୪, ଭଦ୍ରକରେ ୨୨୮, ବଲାଙ୍ଗିରରେ ୮୩, ବୌଦ୍ଧରେ ୧୧୨, ଦେବଗଡରେ ୨୯, ଢେଙ୍କାନାଳରେ ୧୨୩, ଗଜପତିରେ ୩୦, ଗଞ୍ଜାମରେ ୯୩, ଜଗତ୍‌ସିଂହପୁରରେ ୨୧୮, ଝାରସୁଗୁଡାରେ ୮୬, କଳାହାଣ୍ଡିରେ ୮୦, କନ୍ଧମାଳରେ ୧୪୩, କେନ୍ଦ୍ରାପଡାରେ ୨୨୭, କେନ୍ଦୁଝରରେ ୧୫୫,କୋରାପୁଟରେ ୧୮୦, ମାଲକାନଗିରିରେ ୧୦୭ ଜଣ ଚିହ୍ନଟ ହୋଇଛନ୍ତି। ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୧୯ ହଜାର ୨୧୪ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୭ ଲକ୍ଷ ୩୯ ହଜାର ୩୭୬ ରହିଥିବା ବେଳେ ୭୬ ହଜାର ୭୫୦ ଜଣ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking