39.1 C
Bhubaneswar
Friday, April 26, 2024
Homeଓଡିଶାୟୁଜି, ପିଜି ପରୀକ୍ଷା ବାତିଲ୍‌

ୟୁଜି, ପିଜି ପରୀକ୍ଷା ବାତିଲ୍‌

ଭୁବନେଶ୍ୱର: ସମସ୍ତ ୟୁଜି ଓ ପିଜି ପରୀକ୍ଷା ବାତିଲ୍ କରିଛନ୍ତି ରାଜ୍ୟ ସରକାର । କରୋନା ସ୍ଥିତି ପାଇଁ ପରୀକ୍ଷା ବାତିଲ୍ କରିଛି ଉଚ୍ଚ ଶିକ୍ଷା ବିଭାଗ । ଶେଷ ବର୍ଷର ବାକି ଥିବା ସମସ୍ତ ଥିଓରୀ, ପ୍ରାକ୍ଟିକାଲ ପରୀକ୍ଷା ବାତିଲ୍ କରାଯାଇଛି । ବିକଳ୍ପ ମୂଲ୍ୟାୟନ ଜରିଆରେ ୟୁଜି,ପିଜି ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି । ବିକଳ୍ପ ବ୍ୟବସ୍ଥାରେ ମୂଲ୍ୟାୟନ କରି ଅଗଷ୍ଟ ଶେଷ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ । ତେବେ ବିକଳ୍ପ ମୂଲ୍ୟାୟନରେ ଯଥେଷ୍ଟ ମାର୍କ ପାଇନଥିବା ପିଲାଙ୍କ ପାଇଁ ପରୀକ୍ଷା ହେବ । ଯେଉଁମାନେ ଅଧିକ ମାର୍କ ପାଇଁ ହକଦାର ଭାବିବେ ସେମାନେ ପରୀକ୍ଷା ଦେବେ । ନଭେମ୍ବର ମଧ୍ୟରେ ସଂପୃକ୍ତ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଇବେ କଲେଜ । ଏନେଇ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଏହି ନିଷ୍ପତ୍ତି ହୋଇଛି ।
https://onakhabar.com/2020/06/11/all-schools-will-be-open-step-by-step/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking