29.1 C
Bhubaneswar
Sunday, May 5, 2024
Homeକରୋନା୨ ରୁ ୧୮ ବର୍ଷ ପିଲାଙ୍କ ପାଇଁ ଜୁନ୍‌ରୁ ଆରମ୍ଭ ହେବ କୋଭାକ୍ସିନର ଟ୍ରାଏଲ

୨ ରୁ ୧୮ ବର୍ଷ ପିଲାଙ୍କ ପାଇଁ ଜୁନ୍‌ରୁ ଆରମ୍ଭ ହେବ କୋଭାକ୍ସିନର ଟ୍ରାଏଲ

ନୂଆଦିଲ୍ଲୀ : ଦେଶବାସୀଙ୍କ ମଧ୍ୟରେ ବର୍ତ୍ତମାନ କରୋନାର ତୃତୀୟ ଲହରର ଆଶଙ୍କା ରହିଛି । ତେବେ ଏହା ମଧ୍ୟରେ କୋଭାକ୍ସିନ ଟିକା ନିର୍ମାତା ଭାରତ ବାୟୋଟେକ ପକ୍ଷରୁ ଏକ ନୂଆ ସୂଚନା ଆସିଛି । ଆସନ୍ତା ଜୁନ୍ ମାସରୁ ଭାରତ ବାୟୋଟେକ୍ ଛୋଟ ପିଲାମାନଙ୍କ ଉପରେ ଏକ କ୍ରିନିକାଲ୍ ଟ୍ରାଏଲ୍ ଆରମ୍ଭ କରିବ । କମ୍ପାନୀ କୋଭାକ୍ସିନର ପିଡିଏଟ୍ରିକ ଟ୍ରାଏଲ୍ସ ଜୁନରୁ କରିପାରେ ବୋଲି କମ୍ପାନୀର ଅନ୍ତର୍ଜାତୀୟ ଆଡଭୋକେସି ହେଡ୍ ଡକ୍ଟର ରାଚେସ ଏଲା ପ୍ରକାଶ କରିଛନ୍ତି ।

ଭାରତ ବାୟୋଟେକ୍ ୨ ରୁ ୧୮ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ କ୍ଲିନିକାଲ ପରୀକ୍ଷା ପାଇଁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆର ଅନୁମୋଦନ ଲାଭ କରିଛି । ହାଇଦ୍ରାବାଦରେ ଅନୁଷ୍ଠିତ ଏକ ଭିଡିଓ କନଫରେନ୍ସିଂରେ ଡ. ଏଲା କହିଛନ୍ତି ଯେ, କମ୍ପାନୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ଅନୁମୋଦନ ଅପେକ୍ଷାରେ ରହିଛି । ଏହି ଟିକା ଭଲ କାମ କରିବା ସହ ଲୋକଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇଛି । ତେଣୁ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଭ୍ୟାକ୍ସିନର ଉତ୍ପାଦନ ୭୦ ମିଲିୟନକୁ ବୃଦ୍ଧି କରାଯିବ ବୋଲି ଡ. ଏଲା କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking