28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଅକ୍ଟୋବରରୁ ଭାରତରେ କୋଭାଭାକ୍ସ ଟିକା

ଅକ୍ଟୋବରରୁ ଭାରତରେ କୋଭାଭାକ୍ସ ଟିକା

ନୂଆଦିଲ୍ଲୀ : ଅକ୍ଟୋବରରୁ ଭାରତରେ ଦିଆଯିବ କୋଭାଭାକ୍ସ ଟିକା । ପ୍ରାପ୍ତ ବୟସ୍କଙ୍କ ପାଇଁ ଅକ୍ଟୋବରରେ କୋଭାଭାକ୍ସ ଟିକା ଦିଆଯିବାକୁ ଥିବାବେଳେ, ୨୦୨୨ ପ୍ରଥମାର୍ଦ୍ଧରେ ପିଲାଙ୍କୁ ଟିକାକରଣ କରାଯାଇପାରେ । ଏନେଇ ସୂଚନା ଦେଇଛନ୍ତି ସେରମ ଇନଷ୍ଟିଚ୍ୟୁଟ ସିଇଓ ଆଦର ପୁନାୱାଲା ।

ସୂଚନାଯୋଗ୍ୟ, ବର୍ତ୍ତମାନ ଭାରତରେ ୩ଟି ଟିକାକୁ ଅନୁମତି ମିଳିଛି । ଭାରତ ବାୟୋଟେକର କୋଭାକ୍ସିନ, ସିରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଏବଂ ଋଷ ଟିକା ସ୍ଫୁଟନିକ ଭାରତରେ ବ୍ୟବହାର କରାଯାଉଛି । କୋଭାଭାକ୍ସକୁ ଅନୁମତି ମିଳିବା ପରେ ଏହା ଚତୁର୍ଥ ଟିକା ହେବ । 10ଟି ସ୍ଥାନରେ 920 ପିଲାଙ୍କ ଉପରେ କୋଭାଭାକ୍ସର ପରୀକ୍ଷା ପାଇଁ ଅନୁମତି ମାଗିଥିଲା SII ।

SIIର ଆବେଦନ ଉପରେ ବିଚାର କରିଥିଲା କେନ୍ଦ୍ରୀୟ ଡ୍ରଗ୍ କର୍ତ୍ତୃପକ୍ଷଙ୍କ ଏକ ବିଶେଷଜ୍ଞ ଦଳ । ବିଚାର ବିମର୍ଷ ପରେ ପିଲାଙ୍କ ଉପରେ କୋଭାଭାକ୍ସ ପରୀକ୍ଷା ଉପରେ ରୋକ ଲଗାଇଥିଲା DCGI । କୌଣସି ଦେଶରେ ଏହି ଟିକା ଅନୁମୋଦନ ହୋଇନାହିଁ । ପ୍ରଥମେ ବୟସ୍କଙ୍କ ଉପରେ କୋଭାଭାକ୍ସ ପରୀକ୍ଷା ପାଇଁ SIIକୁ ପରାମର୍ଶ ଦେଇଛି ଦେଇଛି DCGI ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking