31.1 C
Bhubaneswar
Friday, March 29, 2024
Homeଓଡିଶାଓଡ଼ିଶାରେ ୧୮,୩୨୯ କଏଦୀଙ୍କୁ ଟିକାକରଣ

ଓଡ଼ିଶାରେ ୧୮,୩୨୯ କଏଦୀଙ୍କୁ ଟିକାକରଣ

ନୂଆଦିଲ୍ଲୀ:  ଲୋକସଭାରେ ଶୁକ୍ରବାର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରଶ୍ନ । ଦେଶର ବିଭିନ୍ନ ଜେଲରେ ବନ୍ଦୀ ଥିବା କଏଦୀଙ୍କୁ କରୋନା ଟିକାକରଣ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୌଣସି ସ୍ୱତନ୍ତ୍ର ଯୋଜନା ହୋଇଛି କି ? ସେହିପରି କେତେଜଣ କଏଦୀଙ୍କୁ କୋଭିଡ ଟିକା ଦିଆଯାଇଛି ଓ କଏଦୀଙ୍କୁ ଟିକାକରଣ କେବେ ସୁଦ୍ଧା ସମ୍ପୂର୍ଣ୍ଣ ହେବ ସେ ନେଇ ପ୍ରଶ୍ନ କରିଥିଲେ ।

ଏହାର ଉତ୍ତରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଯେ, କୋଭିଡ ୧୯ ଟିକାକରଣ ପାଇଁ ଯେଉଁମାନଙ୍କର ପରିଚୟ ପତ୍ର ନାହିଁ (ଜେଲରେ ଥିବା କଏଦୀ, ମାନସିକ କେନ୍ଦ୍ରରେ ଥିବା ବ୍ୟକ୍ତି, ଵୃଦ୍ଧାଶ୍ରମରେ ରହୁଥିବା ନାଗରିକ, ଭିକାରି)ଙ୍କୁ ମଧ୍ୟ ଟିକା ଦିଆଯାଉଛି । କଏଦୀମାନଙ୍କୁ ଟିକାକରଣ ଆସନ୍ତା ଡିସେମ୍ବର ସୁଦ୍ଧା ସରିଯିବ । ସେହିପରି ଅଗଷ୍ଟ ୪ ତାରିଖ ସୁଦ୍ଧା ଓଡ଼ିଶାର ୧୬ ହଜାର ୧୫୩ ଜଣ କଏଦୀ କୋଭିଡ ଟିକାର ପ୍ରଥମ ଡୋଜ ନେଇଥିବାବେଳେ ୨ହଜାର ୦୭୬ ଜଣ ଦ୍ଵିତୀୟ ଡୋଜ ନେଇସାରିଛନ୍ତି । ଏହାକୁ ମିଶାଇ ଓଡ଼ିଶାର ମୋଟ ୧୮ହଜାର ୩୨୯ ଜଣେ କଏଦୀଙ୍କୁ ଟିକା ଦିଆଯାଇଛି । ସେହିପରି ଉତ୍ତରପ୍ରଦେଶର ସର୍ବାଧିକ ୨୭ହଜାର ୧୯ ଜଣ କଏଦୀଙ୍କୁ ଟିକା ଦିଆଯାଇଥିବାବେଳେ ପୁଡୁଚେରୀ, ଲଦାଖ, ଲାକ୍ଷାଦ୍ଵୀପର, ଦାମନ ଓ ଡିଓ, ଦାଦ୍ରା ହାବେଳୀର ଜେଲରେ ଥିବା କଏଦୀଙ୍କୁ ଟିକା ଦିଆଯାଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking