31.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଖୁବ ଶୀଘ୍ର ବିଦେଶକୁ ବିମାନ ଚଳାଚଳ

ଖୁବ ଶୀଘ୍ର ବିଦେଶକୁ ବିମାନ ଚଳାଚଳ

ନୂଆଦିଲ୍ଲୀ : ଅଗଷ୍ଟ ୭ ରୁ ଭାରତର କେତେକ ସହରରୁ ୟୁନାଇଟେଡ଼ ଆରବ ଏମିରେଟ୍ସ (ୟୁଏଇ) କୁ ବିମାନ ଚଳାଚଳ ଆରମ୍ଭ ହେବ ନେଇ ସୂଚନା ମିଳିଛି ।  ଏତିହାଡ଼ ଏୟାରୱେଜ ନିଜ ୱେବସାଇଟରେ କହିଛି ଯେ ଅଗଷ୍ଟ ୭ ରୁ ୯ ମଧ୍ୟରେ ଚେନ୍ନାଇ, କୋଚି, ବେଙ୍ଗାଲୁରୁ, ତ୍ରିଭାନ୍ଦ୍ରମ ଏବଂ ନୂଆଦିଲ୍ଲୀରୁ ବିମାନ ସେବା ଆରମ୍ଭ କରିବ । ଏହି କ୍ରମରେ, ଅଗଷ୍ଟ ୧୦ ରୁ ଆଉ ତିନୋଟି ଭାରତୀୟ ସହରରୁ ବିମାନ ସେବା ୟୁଏଇକୁ ଯାତ୍ରା କରିବା ନେଇ ସୂଚନ ମିଳିଛି ।

ବିମାନରେ ଉଡାଣ ଭରିବାକୁ ନେଇ ଯାତ୍ରୀଙ୍କ ପାଇଁ କିଛି ସର୍ତ୍ତ ରହିଛି । ସମସ୍ତ ଯାତ୍ରୀଙ୍କୁ ୟୁଏଇରେ ପହଞ୍ଚିବା ପରେ ୧୦ ଦିନ ପାଇଁ କ୍ଵାରେଣ୍ଟାଇନରେ ରହିବାକୁ ପଡିବ । ଏହି ସମୟରେ ଯାତ୍ରୀମାନଙ୍କ ପାଇଁ ଟ୍ରାକିଂ ରିଷ୍ଟ ବ୍ୟାଣ୍ଡ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ବିମାନ କମ୍ପାନୀ ନିଜ ୱେବସାଇଟରେ କହିଛି ଯେ ଚତୁର୍ଥ ଏବଂ ଅଷ୍ଟମ ଦିନରେ ସମସ୍ତ ଯାତ୍ରୀଙ୍କୁ ପିସିଆର (PCR) ପରୀକ୍ଷା ମଧ୍ୟ କରିବାକୁ ପଡିବ । ଯାତ୍ରା ପାଇଁ ଫେଡେରାଲ୍ ଅଥରିଟି ଅଫ୍ ଆଇଡେଣ୍ଟିଟି ଆଣ୍ଡ ସିଟିଜେନ୍ସିପ୍ (ଆଇସିଏ) ରୁ ଅନୁମୋଦନ ନେବା ବାଧ୍ୟତାମୂଳକ କରାଯାଇଛି । ଯାତ୍ରୀଙ୍କ ପାଖରେ ଉଡ଼ାଣର ୪୮ ଘଣ୍ଟା ପୂର୍ବରୁ ଏକ ନେଗେଟିଭ ପିସିଆର ଟେଷ୍ଟ ରିପୋର୍ଟ ଥିବା ଆବଶ୍ୟକ ବୋଲି କୁହାଯାଇଛି । ଏହା ସହିତ ଟ୍ରାନଜିଟ ଯାତ୍ରୀଙ୍କ ପାଇଁ ପାକିସ୍ତାନର ୩ ସହର, ବାଂଲାଦେଶ ଏବଂ ଶ୍ରୀଲଙ୍କାରୁ ମଧ୍ୟ ବିମାନ ସେବା ଆରମ୍ଭ ହେବନେଇ ମଧ୍ୟ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking