26.1 C
Bhubaneswar
Tuesday, May 7, 2024
Homeଓଡିଶାଆସିିିିଲା ଲକ୍ଷେ ୭୩ ହଜାର କୋଭାକ୍ସିନ

ଆସିିିିଲା ଲକ୍ଷେ ୭୩ ହଜାର କୋଭାକ୍ସିନ

ଭୁବନେଶ୍ୱର:  କୋଭିଡ୍ ଟିକା ଅଭାବରୁ ରାଜ୍ୟରେ ଦୈନିକ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟିକାକରଣ ହୋଇପାରୁନି । ଇତିମଧ୍ୟରେ ଶୁକ୍ରବାର ରାଜ୍ୟକୁ ଲକ୍ଷେ ୭୩ ହଜାର ଡୋଜ କୋଭାକ୍ସିନ୍ ଆସିଛି । ହାଇଦ୍ରାବାଦରୁ ଏକ ସ୍ୱତନ୍ତ୍ର ବିମାନରେ ପ୍ରାୟ ୩୫ଟି ବାକ୍ସରେ ଏହି ଟିକା ଆସି ପହଞ୍ଚିଛି । ତେବେ ରାଜ୍ୟ ସରକାର କେବଳ ଭୁବନେଶ୍ୱର ଏବଂ ଗଞ୍ଜାମ ଜିଲ୍ଲାରେ କୋଭାକ୍ସିନର ବ୍ୟବହାର କରୁଛନ୍ତି । ବଳକା ଜିଲ୍ଲାରେ କୋଭିସିଲ୍ଡ ଦିଆଯାଉଛି । ଏଣୁ ଗତ ୬ ତାରିଖରେ ରାଜ୍ୟକୁ ଜରୁରି ଭିତ୍ତିରେ ୧୫ ଲକ୍ଷ କୋଭିସିଲ୍ଡ ପଠାଇବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କୁ ଚିଠିଲେଖି ଅନୁରୋଧ କରିଛିଲେ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ହେଲେ ଇତିମଧ୍ୟରେ ରାଜ୍ୟକୁ କୋଭିସିଲ୍ଡ ପଠାଇପାରିନି କେନ୍ଦ୍ର । ଆସନ୍ତା ୧୫ ତାରିଖରେ ଯାଇ କିଛି ଟିକା ଆସିବାର ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking