39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶସୁଦାନ ବିମାନ ଦୁର୍ଘଟଣାରେ ୧୦ ମୃତ

ସୁଦାନ ବିମାନ ଦୁର୍ଘଟଣାରେ ୧୦ ମୃତ

ଜୁବା:  ଦକ୍ଷିଣ ସୁଦାନର ଜୋଙ୍ଗ୍‌ଲେଇ ରାଜ୍ୟରେ ଏକ ବିମାନ ଦୁର୍ଘଟଣାରେ ଦୁଇ ପାଇଲଟ୍‌ଙ୍କ ସମେତ ଅତିକମ୍‌ରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ରାଜ୍ୟର ଜୋଙ୍ଗଲେଇର ଗଭର୍ଣ୍ଣର୍ ଓ ଏୟାର୍‌ଲାଇନ୍ ପକ୍ଷରୁ ଏହା କୁହାଯାଇଛି । ଏୟାର୍‌ଲାଇନ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜୁବାରୁ ଆସିଥିବା ଏକ କମର୍ସିଆଲ୍ ବିମାନ ସ୍ଥାନୀୟ ପିଏରି ବିମାନ ବନ୍ଦରରୁ ମଙ୍ଗଳବାର ଅପରାହ୍ନରେ ଉଡ଼ାଣ ଆରମ୍ଭ କରିବା ମାତ୍ରେ ଏହି ଦୁର୍ଘଟଣା ଘଟିଥିଲା ।  ବିମାନରେ ୨୪ଜଣ ଯାତ୍ରୀ ଥିବାବେଳେ ନିର୍ଦ୍ଦିଷ୍ଟ ଭାବେ କେତେଜଣଙ୍କ ମୃତ୍ୟୁ ଘଟିଛି ସେ ସମ୍ପର୍କରେ କିଛି କୁହାଯାଇ ନାହିଁ । ବିମାନଟି (ଏଚ୍‌କେ-୪୨୭୪) ଦକ୍ଷିଣ ସୁଦାନ ସୁପ୍ରିମ୍ ଏୟାରଲାଇନ୍ସର ଥିଲା । ଏହି ଭୟାନକ ଦୁର୍ଘଟଣାରେ ଦୁଇ ପାଇଲଟ୍‌ଙ୍କ ସମେତ ୧୦ଜଣ ମୃତ୍ୟୁବରଣ କରିଥିବା ସ୍ଥାନୀୟ ଗଭର୍ଣ୍ଣର୍ ଡେନାୟ ଜକ୍ ଏକ ବିବୃତି ମାଧ୍ୟମରେ ସୂଚନାର ଦେବା ସହ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏୟାରଲାଇନ୍ସର ନିର୍ଦ୍ଦେଶକ ଆୟି ଦୁଆଙ୍ଗ ଆୟି ଏଏଫ୍‌ପିକୁ କହିଛନ୍ତି ଯେ ବିମାନରେ କେତେ ଯାତ୍ରୀ ଥିଲେ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପ୍ରାରମ୍ଭିକ ସୂଚନା ଅନୁସାରେ ଏଥିରେ ୧୧ ବ୍ୟକ୍ତି ଥିବା ଜଣାଯାଇଛି । ତେବେ ଦୁର୍ଘଟଣାର କାରଣ ଜାଣିବା ନିମନ୍ତେ ସେଠାକୁ ଏକ ଟିମ୍ ପଠାଇଉୁ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking