29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଟ୍ରେନ ତିଆରିରେ କେତେ ଟଙ୍କା ଖର୍ଚ୍ଚ ହୋଇଥାଏ

ଟ୍ରେନ ତିଆରିରେ କେତେ ଟଙ୍କା ଖର୍ଚ୍ଚ ହୋଇଥାଏ

ଭୁବନେଶ୍ୱର: ପିଲାଦିନେ ହେଉ କିମ୍ବା ଏବେ ବି ଆମେ ଟ୍ରେନରେ ଯାତ୍ରା କରିଥାଉ । ଆପଣମାନେ କରିଥିବେ ମଧ୍ୟ । ଅନେକଥର ମନକୁ ଆସିଥିବ ସଂପୂର୍ଣ୍ଣ ଟ୍ରେନ ନିର୍ମାଣ କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଥିବ । ଏହା ଜାଣିବା ପୂର୍ବରୁ ଆମେ ପ୍ରଥମେ ଜାଣିବା ଦୁଇ ପ୍ରକାରର ଟ୍ରେନ କୋଚେସ ରହିଥାଏ । ଯାହାକୁ ଆପଣମାନେ ପିଲା ଦିନୁ ଦେଖିଆସୁଛନ୍ତି । ଗୋଟିଏ ହେଲା ବ୍ଲୁ କୋଚ୍ ଅନ୍ୟଟି ହେଲା ରେଡ୍ କୋଚ୍ । ଟେକ୍ନିକାଲି ଏହାକୁ ଆଇସିଏଫ ଓ ଏଲଏଚବି କୋଚ କୁହାଯାଏ । ଆଇସିଏଫ ପ୍ରାଚୀନ ଯୁଗର ହୋଇଥିବା ବେଳେ ଏଲଏଚବି ବର୍ତ୍ତମାନର ଆଡଭାନ୍ସ କୋଚ୍ । ଆଇସିଏଫ ଚାଲିବା ସମୟରେ ବହୁତ ସାଉଣ୍ଡ କରିଥାଏ । ୧୦୦ ଡେସିବଲ୍ । ଏଲଏଚବି ଚାଲିବା ସମୟରେ କମ୍ ସାଉଣ୍ଡ କରିଥାଏ, ୬୦ ଡେସିବଲ । ଯାହାଦ୍ୱାରା ଯାତ୍ରୀଙ୍କ ଏକ୍ସପେରିଅନ୍ସ ଭଲ ରହିଥାଏ । ଆଇସିଏଫ ଘଣ୍ଟାପ୍ରତି ୧୨୦-୧୪୦ ସ୍ପିଡରେ ଗତି କରୁଥିବା ବେଳେ ଏଲଏଚବି ଘଣ୍ଟାପ୍ରତି ୧୬୦-୨୦୦ କିମି ବେଗରେ ଗତି କରିଥାଏ । ଆଇସିଏଫ ପୁରୁଣା ବ୍ଲ ୁଟ୍ରେନଗୁଡିକରେ ବ୍ରେକ ରହିଥାଏ ଏୟାର ବ୍ରେକ । ମାତ୍ର ଆପଣ ଯେଉଁ ଏଲଏଚବି ରେଡ କଲର ଟ୍ରେନ ଦେଖୁଛନ୍ତି, ସେଥିରେ ଡିସ୍କ ବ୍ରେକ ରହିଥାଏ । ଯେଉଁଥିପାଇଁ ଏହି ଟ୍ରେନରେ ବ୍ରେକ ଜଲଦି ଲାଗେ ।
ଏବେ ଜାଣିବା ଟ୍ରେନର ମୂଲ୍ୟ । କେତେ ଟଙ୍କା ଖର୍ଚ୍ଚ ହୋଇଥାଏ ଏହି ଟ୍ରେନରେ । ଆପଣ ଦେଖୁଥିବା ସଂପୂର୍ଣ୍ଣ ରେଡ କଲର ଟ୍ରେନ ଯେମିତିକି ରାଜଧାନୀ ତାହାର ମୂଲ୍ୟ ଅଲଗା ଥାଏ । ପୁରୁଣା ବ୍ଲୁ କଲର ଆଇସିଏଫ କୋଚ ଥିବା ଟ୍ରେନରେ ଜେନେରାଲ କୋଚ୍ ୭୨ ଲକ୍ଷର ହୋଇଥାଏ । ସ୍ଲିପର ହୋଇଥାଏ ୮୦ ଲକ୍ଷର ହୋଇଥିବା ବେଳେ ଥାର୍ଡ ଏସି କୋଚ
ଦେଢ କୋଟି ମୂଲ୍ୟର ହୋଇଥାଏ ।
ଅନ୍ୟପଟେ ବର୍ତମାନର ନୂଆ ଏଲଏଚବି କୋଚରେ ସ୍ଲିପର କୋଚ ୧.୬୮ କୋଟିର ହୋଇଥାଏ । ଏସି ଥ୍ରି ଟାୟାର ୨.୩ କୋଟି ହୋଇଥିବା ବେଳେ ଏସି ୧ ଟାୟାର ଓ ଏସି ୨ ଟାୟାର ୨.୨କୋଟିର ହୋଇଥାଏ । ଗୋଟିଏ ଟ୍ରେନରେ ଇଂଜିନ ସହିତ ୧୫-୨୦ କୋଚ ରହିଥାଏ । ଆପଣ ଦେଖୁଥିବା ରେଲଓ ଇଂଜିନର ମୂଲ୍ୟ ୧୨-୧୮ କୋଟି ଟଙ୍କା ମଧ୍ୟରେ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking