28.1 C
Bhubaneswar
Saturday, April 27, 2024
Homeଓଡିଶାସାଲିଆ ସାହିରେ କରୋନା: ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ସାଲିଆ ସାହିରେ କରୋନା: ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ଭୁବନେଶ୍ୱର: ଗତକାଲି ରାତିରେ ସାଲିଆ ସାହିର ଜଣେ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ହଜିଯାଇଛି । ଏହାକୁ ନେଇ କେହି କେହି ଗୋଷ୍ଠୀ ସଂକ୍ରମଣ ସମ୍ଭାବନା ଅଛି ବୋଲି କହୁଥିବା ବେଳେ କିଛି ଡାକ୍ତର ଏହାକୁ ଖଣ୍ଡନ କରିଛନ୍ତି । ଯାହା ଜଣାପଡ଼ିଛି ମହିଳା ଜଣଙ୍କ ପ୍ରସବ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ଲକ୍ଷଣକୁ ଦେଖି ଡାକ୍ତର ତାଙ୍କର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ କୋଭିଡ ୧୯କୁ ପଠାଇଥିଲେ । ଉକ୍ତ ମହିଳାଙ୍କ ସ୍ୱାମୀ ନିକଟରେ ଗୁଜୁରାଟରୁ ଫେରିଥିଲେ । ଏହାକୁ ନଜରରେ ରଖି ଡାକ୍ତର ମହିଳା ଜଣଙ୍କୁ ଆଇସୋଲେସନ ୱାର୍ଡରେ ରଖିଥିଲେ । ଗତକାଲି ମହିଳା ଜଣଙ୍କର ପ୍ରସବ ହୋଇଥିଲ । ଉଭୟ ନବଜାତ ଶିଶୁ ଓ ମହିଳାଙ୍କର ନମୁନା ପରୀକ୍ଷା ପାଇଁ କୋଭିଡ୧୯କୁ ପଠାଯାଇଥିଲା । କିନ୍ତୁ ମହିଳାଜଣଙ୍କର ରିପୋର୍ଟ ପଜିଟିଭ ଆସିଥିବା ବେଳେ ନବଜାତ ଶିଶୁଟିର ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି ।
ଏହାକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଯାଇଛି । ମହିଳା ଜଣଙ୍କ ସାଲିଆସାହିରେ କାହାକାହା ସଂସ୍ପର୍ଷରେ ଆସିଛନ୍ତି ତାହା ବର୍ତ୍ତମାନ ଖେଳତାଡ଼ ଚାଲିଛି । ସେଥିପାଇଁ ସ୍ୱତନ୍ତ୍ର ଗୋଟିଏ ଟିମ୍ ବୁଝାବୁଝି କରୁଛନ୍ତି । ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରିବାକୁ ଜୋରସୋରରେ ଉଦ୍ୟମବ ଚାଲିଛି । ଅନ୍ୟ ପଟରେ ଭୁବନେଶ୍ୱରରେ ଏହାକୁ ମିଶାଇ ଗତକାଲି ୫ ଜଣ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ଏମ୍ସର ଜଣେ ଡାକ୍ତର ଅଛନ୍ତି । ବାକି ଚାରି ଜଣ କଳିଙ୍ଗ ବିହାର, ଆଇଗଣିଆ, ଡୁମୁଡୁମା ଅଂଚଳର ହୋଇଥିବା ଜଣାପଡ଼ିଛି । ଆଗରୁ ମଧ୍ୟ କଟକ ସିଟି ହସ୍ପିଟାଲର ଜଣେ ଡାକ୍ତର ଚିହ୍ନଟ ହୋଇଥିଲେ । ଗତକାଲି ନୟାଗଡ଼ର ଜଣେ ନର୍ସ ମଧ୍ୟ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।
ରାୟଗଡ଼ା ଜିଲ୍ଲାକୁ ବାଦ ଦେଇ ସବୁ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ୨ ଦିନ ତଳେ ରାୟଗଡ଼ାରୁ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଉକ୍ତ ବ୍ୟକ୍ତିଜଣଙ୍କ ଦିଲ୍ଲୀ ଫେରନ୍ତା ଥିଲେ । ଏବେ କରୋନା ସାରା ରାଜ୍ୟକୁ ବ୍ୟାପିଯାଇଛି । ଗଂଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଟପିଥିବା ସ୍ୱାସ୍ଥ୍ୟବିଭାଗ ରିପୋର୍ଟରୁ ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking