28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶକରୋନା ଭାଇରସ୍ : ବିଦେଶ ଗସ୍ତରେ ଯିବେନି ମନ୍ତ୍ରୀ, ଭୟଭୀତ ନ ହେବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

କରୋନା ଭାଇରସ୍ : ବିଦେଶ ଗସ୍ତରେ ଯିବେନି ମନ୍ତ୍ରୀ, ଭୟଭୀତ ନ ହେବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣକୁ ନେଇ ଭୟଭୀତ ନ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ଆବଶ୍ୟକ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ଏକ ଟ୍ୱିଟ୍‍ ବାର୍ତ୍ତରେ ଶ୍ରୀ ମୋଦୀ କହିଛନ୍ତି, ସରକାର ପରିସ୍ଥିତିରେ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଆଗାମୀ ଦିନରେ କୌଣସି କେନ୍ଦ୍ର ମନ୍ତ୍ରୀ ବିଦେଶ ଗସ୍ତ କରିବେ ନାହିଁ ଓ ଦେଶର ଜନସାଧାରଣ ନିହାତି ଜରୁରୀ ନ ହେଲେ ବିଦେଶକୁ ଗସ୍ତ ନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଗୋଟିଏ ସ୍ଥାନରେ ବହୁ ସଂଖ୍ୟାରେ ଏକତ୍ରିତ ହେବାକୁ ଏଡାଇବା ଦ୍ୱାରା ଆମେ ଭୂତାଣୁ ସଂକ୍ରମଣର ଶୃଙ୍ଖଳକୁ ଭଙ୍ଗ କରିପାରିବା ଓ ସମସ୍ତଙ୍କର ସୁରକ୍ଷାକୁ ନିଶ୍ଚିତ କରିପାରିବା। ସମସ୍ତ ରାଜ୍ୟ ଓ ମନ୍ତ୍ରଣାଳୟ ଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀମାନଙ୍କର ସୁରକ୍ଷା ପାଇଁ ବହୁମୁଖୀ ପଦକ୍ଷେପମାନ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି। ଭିସା ରଦ୍ଦ କରିବାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସୁବିଧା ବୃଦ୍ଧି କରିବା ପର୍ଯ୍ୟନ୍ତ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking