34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶକରୋନା ଭାଇରସ୍ : ରାଷ୍ଟ୍ରପତି ଭବନ ଆଜି ଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ

କରୋନା ଭାଇରସ୍ : ରାଷ୍ଟ୍ରପତି ଭବନ ଆଜି ଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ

ନୂଆଦିଲ୍ଲୀ : କରୋନା ଜୀବାଣୁ ବିସ୍ତାରକୁ ରୋକିବା ପାଇଁ ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ଆଜି ଠାରୁ ରାଷ୍ଟ୍ରପତି ଭବନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛ । ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ବଳବତର ରହିବ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ମିଳିଛି ।
ରାଷ୍ଟ୍ରପତିଙ୍କ ପ୍ରେସ୍ ସଚିବ ଅଜୟ କୁମାର ସିଂ ଗୁରୁବାର ଏକ ସରକାରୀ ବିବୃତି ଦେଇ କହିଛନ୍ତି ଯେ କୋଭିଡ -୧୯ କରୋନା ଜୀବାଣୁ ବିସ୍ତାରକୁ ରୋକିବା ପାଇଁ ସତର୍କତାମୂଳକ ପଦକ୍ଷେପ ଭାବରେ ରାଷ୍ଟ୍ର୍ରପତି ଭବନ ମାର୍ଚ୍ଚ ୧୩ ରୁ ପରବର୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ବନ୍ଦ ରହିବ । ଏହା ବ୍ୟତୀତ ସାଧାରଣ ଜନତା ରାଷ୍ଟ୍ରପତିଭବନ ସଂଗ୍ରହାଳୟ କମ୍ପେ୍ଲକ୍ସ ଏବଂ ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଚେଞ୍ଜ ଅଫ୍ ଗାର୍ଡ ସମାରୋହରେ ଯୋଗ ଦେଇ ପାରିବେ ନାହିଁ ।
ସୂଚନାଯୋଗ୍ୟ ଯେ, ରାଷ୍ଟ୍ରପତି ଭବନରେ ଅବସ୍ଥିତ ମୋଗଲ ଗାର୍ଡେନ୍ ମାର୍ଚ୍ଚ ୭ ତାରିଖରୁ ପରବର୍ତୀ ଆଦେଶ ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ବନ୍ଦ ହୋଇସାରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking