26.1 C
Bhubaneswar
Tuesday, May 7, 2024
Homeଓଡିଶାଔଷଧ ଜଗିବେ ୨୩ ଫ୍ଲାଇଂ ସ୍କ୍ୱାଡ

ଔଷଧ ଜଗିବେ ୨୩ ଫ୍ଲାଇଂ ସ୍କ୍ୱାଡ

ଭୁବନେଶ୍ୱର: ରାଜ୍ୟରେ ଜରୁରୀ ଔଷଧ , ସ୍ୱାସ୍ଥ୍ୟ ସାମଗ୍ରୀ କଳାବଜାର ରୋକିବାକୁ ସ୍କ୍ୱାଡ ଗଠନ ହୋଇଛି । ସାରା ରାଜ୍ୟ ପାଇଁ ୨୩ଟି ସ୍କ୍ୱାଡ ହୋଇଥିବା କହିଛନ୍ତି କ୍ରାଇମବ୍ରାଂଚ ଏଡିଜି । କଟକ ଓ ଭୁବନେଶ୍ୱର ପାଇଁ ୭ଟି, ରାଜ୍ୟର ଅନ୍ୟ ଅଂଚଳ ପାଇଁ ୧୫ଟି ସ୍କ୍ୱାଡ ଗଠନ ହୋଇଛି । କଳାବଜାର ରୋକିବାକୁ ଗଠନ ରାଜ୍ୟସ୍ତରୀୟ କମିଟିରେ ନିଷ୍ପତ୍ତି ହୋଇଛି । ଯେଉଁମାନେ କଳାବଜାର କରୁଥିବେ, କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ରାଜ୍ୟରେ ଏବେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଟିକାରେ ଅଭାବ ଧିରେ ଧିରେ ପରିଲକ୍ଷିତ ହେଲାଣି । ଅନେକ ଲୋକେ ଟିକା ପାଉନଥିବା ବେଳେ ଏହାର ଅନେକମାତ୍ରାରେ କଳାବଜାର ହେଉଥିବା ସାମ୍ନାକୁ ଆସିଥିଲା । ଯାହାକୁ ରୋକିବାକୁ ପ୍ରୟାସ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking