38.1 C
Bhubaneswar
Friday, April 26, 2024
Homeଓଡିଶାଶ୍ରୀମନ୍ଦିର ସହ ଜଡିତ ୫୦ ଲୋକ କରୋନା ସଂକ୍ରମିତ

ଶ୍ରୀମନ୍ଦିର ସହ ଜଡିତ ୫୦ ଲୋକ କରୋନା ସଂକ୍ରମିତ

ଭୁବନେଶ୍ୱର : ରାଜ୍ୟରେ କରୋନା କାୟା ମେଲାଇଚାଲିଛି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଶୀର୍ଷ ଛୁଉଁଛି । ଦିନକୁ ଦେଶରେ ଅସମ୍ଭାଳ ହେଲାଣି କରୋନା ସ୍ଥିତି । ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସମସ୍ତଙ୍କୁ ଅଡ଼ୁଆରେ ପକାଇଛି । ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟ ଅନେକ ପଦକ୍ଷେପ ନେଉଛନ୍ତି । ହେଲେ ସବୁ ରାଜ୍ୟରେ ଦୈନିକ ରେକର୍ଡ ବ୍ରେକିଂ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏଭଳି ପରିସ୍ଥିତିରେ ଆଜି ପୁରୀ ଶ୍ରୀମନ୍ଦିରରୁ ୫୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ସୁଚନା ଦେଇଛନ୍ତି । ଏହା ଭିତରେ ୨୨ ଜଣ ସେବାୟତ ଏବଂ ତାଙ୍କ ପରିବାର ମଧ୍ୟ ପିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ବ୍ୟତୀତ ୧୯ ଜୋତା ଷ୍ଟାଣ୍ଡ କର୍ମଚାରୀ ଏବଂ ଶ୍ରୀମନ୍ଦିର କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ କୁମ୍ଭ ମେଳାରୁ ୧୭ ଜଣ ସେବାୟତ ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ବାକି ୧୫ ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୨,୩୭,୮୧୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୫୦,୬୧,୯୧୯କୁ ବୃଦ୍ଧି ପାଇଛି। ଗତ ୧୨ ଦିନ ମଧ୍ୟରେ ଦେଶର ପଜିଟିଭିଟି ରେଟ୍‌ ଦୁଇ ଗୁଣା ବୃଦ୍ଧି ପାଇ ୧୬.୭%ରେ ପହଞ୍ଚି ଯାଇଛି । ମହାମାରୀ କରୋନା ଭାରତରେ ପ୍ରବେଶ କରିବା ଦିନଠାରୁ କେବେ ହେଲେ ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ। ଗତକାଲି ୨,୬୧,୫୦୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। କେବଳ ଆକ୍ରାନ୍ତଙ୍କ ସଂଖ୍ୟା ନୁହେଁ ମୃତ୍ୟୁସଂଖ୍ୟା ମଧ୍ୟ ଦେଶରେ ବଢ଼ିବା ଆରମ୍ଭ ହୋଇଛି। ଗତକାଲି ୧୫୦୧ ଜଣଙ୍କ ମୁଣ୍ଡ ନେଇଥିବା କରୋନା ଆଜି ୧୬୧୯ ଜଣଙ୍କ ଜୀବନ ନେଇଛି।ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧,୭୮,୭୬୯କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking