36.1 C
Bhubaneswar
Sunday, May 19, 2024
Homeଅପରାଧ୧୧ ର୍ଦୁବୁତ୍ତ ମହିଳାଙ୍କ ସହ କଲେ ଏପରି...

୧୧ ର୍ଦୁବୁତ୍ତ ମହିଳାଙ୍କ ସହ କଲେ ଏପରି…

ଝାରଖଣ୍ଡ : ଝାରଖଣ୍ଡର ପାକୁଡ ଠାରେ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି । ଏଠାରେ ଏକ ୩୫ ବର୍ଷ ମହିଳାଙ୍କ ସହ ୧୧ ଜଣ ଲୋକ ଗଣଦୁଷ୍କର୍ମ କରିଛନ୍ତି । ଏହି ଘଟଣା ପରେ ମହିଳା ଜଣକ ୨ ଦିନ ପର୍ଯ୍ୟନ୍ତ ଅଚେତ ଅବସ୍ଥାରେ ଥିଲେ । ୨ ଦିନ ପରେ ପରିବାରବର୍ଗଙ୍କ ସହିତ ବହୁ କଷ୍ଟରେ ଥାନା ପହଞ୍ଚନିଜ ସହିତ ହୋଇଥିବା ଘଟଣାକୁ ବଖାଣି ଥିଲେ । ଏସପି ମଣିଲାଲ ମଣ୍ଡଲ ଏହି ସମ୍ପର୍କରେ କହିଛନ୍ତି ଯେ, ଏକ ଟିମ ଗଠନ କରାଯାଇ ସମସ୍ତ ୧୧ ଜଣ ଆରୋପୀଙ୍କୁ ଗିରଫ କରାଯାଇଛି । ଗିରଫ ହେବା ପରେ ପୋଲିସ ସମସ୍ତ ଆରେପୀ ମାନଙ୍କ କୋରନା ଟେଷ୍ଟ କରାଇଥିଲା ସେଥିରୁ ୮ ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି ।

ଏହି ମାମଲା ଝାରଖଣ୍ଡର ପାକୁରା ଅଞ୍ଚଳର । ଏସପି ମଣିଲାଲଙ୍କ କହିବା ଅନୁସାରେ ଆରୋପୀ ମାନଙ୍କ ମଧ୍ୟରୁ ମହିଳାଙ୍କ ସମ୍ପର୍କିୟ ମଧ୍ୟ ସାମିଲ ଅଛନ୍ତି । ମହିଳା ଜଣକ ସଂନ୍ଧ୍ୟା ସମୟରେ ଶୌଚ ହେବା ପାଇଁ ଯାଇଥିଲେ । ସେହି ରାସ୍ତାରେ କିଛି ଯୁବକ ମଦ ପିଉ ଥିଲେ । ମହିଳାଙ୍କ ଏକା ଯାଉଥିବାର ଦେଖି ସେମାନେ ବଳପୁର୍ବକ ମହିଳାଙ୍କୁ ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ । ସେଠାରେ ଜଣକ ପରେ ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ । ଏହାପରେ ଆରୋପୀ ମାନେ ସେମାନଙ୍କର ଆଉ କିଛି ସମ୍ପର୍କିୟଙ୍କୁ ଡାକିଥିଲେ ଓ ରାତି ସାରା ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ମହିଳା ଜଣକ ସକାଳୁ ବହୁ କଷ୍ଟରେ ନିଜ ଘରକୁ ଆସିଥିଲେ ଓ ୨ ଦିନ ପର୍ଯ୍ୟନ୍ତ ଅଚେତ ଅବସ୍ଥାରେ ଶୋଇ ରହିଥିଲେ ।

ଘଟଣାର ଖବର ପାଇବା ପରେ ପୋଲିସ ପ୍ରଥମେ ମହିଳାଙ୍କର ଚିକିତ୍ସା କରାଇ ଥିଲା । ଏହପରେ ତାଙ୍କ ବୟାନ ରେକର୍ଡ କରି ମାମଲା ରୁଜୁ କରିବା ସହିତ ଆରୋପୀ ମାନଙ୍କୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking