29.1 C
Bhubaneswar
Saturday, April 27, 2024
Homeଓଡିଶାଆଜିଠୁ କରୋନା ଟିକାକରଣ ବନ୍ଦ

ଆଜିଠୁ କରୋନା ଟିକାକରଣ ବନ୍ଦ

କଟକ : ଜିଲ୍ଲାରେ ଆଜି ଠାରୁ କରୋନା ଟିକା କରଣ ସଂପୂର୍ଣ୍ଣ ବନ୍ଦ ହେବ ।  ନୂତନ ଭ୍ୟାକ୍‌ସିନ ଆସି ନଥିବାରୁ ଟିକା କରଣ ବନ୍ଦ କରାଯିବାକୁ ବାଧ୍ୟ ହେଲେ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସତ୍ୟବ୍ରତ ଛୋଟରାୟ କହିଛନ୍ତି । ଜିଲ୍ଲାର ୫୫ଟି ସରକାରୀ କେନ୍ଦ୍ର ସହ କେତେକ ଘରୋଇ ଡାକ୍ତଖାନାରେ ମଧ୍ୟ କରୋନା ଟିକା ଦିଆଯାଉଥିଲା । ଦିନକୁ ପ୍ରାୟ ୧୪ ହଜାର ଟିକାର ଆବଶ୍ୟକତା ପଡ଼ୁଛି । ଆଜି ସୁଦ୍ଧା ୩୧ଟି କେନ୍ଦ୍ରରେ ଟିକା କରଣ ବନ୍ଦ ହୋଇ ସାରିଥିଲା ।

ଜିଲ୍ଲାର ଅନେକ କେନ୍ଦ୍ରରେ ୨ ଦିନ ପୂର୍ବରୁ ଭ୍ୟାକ୍‌ସିନ ଶେଷ ହୋଇ ଯାଇ ଥିବାରୁ ଟିକାକରଣ ବନ୍ଦ କରି ଦିଆଯାଇଛି । ବହୁ ଆଶାୟୀ ଟିକାକରଣ କେନ୍ଦ୍ରକୁ ଯାଇ ନିରାଶ ହୋଇ ଫେରୁଥିବା ବେଳେ ସେମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ପ୍ରଥମେ ନାମ ପଞ୍ଜିକରଣ କରି ମଧ୍ୟ ଟିକା ନେବାକୁ  ଅଧିକାଂଶ ଆସୁ ନଥିଲେ । ଏଥି ପାଇଁ ସଚେତନତା ସୃଷ୍ଟି କରା ଯିବାକୁ ପଡ଼ିଲା । ମାତ୍ର ଏବେ ଜନସାଧାରଣ ଟିକା ନେବାକୁ ଆଗ୍ରହ ପ୍ରକାଶ କରି ଆଗେଇ ଆସିବା ବେଳେ ଟିକା ମିଳୁ ନାହିଁ ।

ଜିଲ୍ଲା କୋଭିଡ୍ ନୋଡ଼ାଲ ଅଧିକାରୀ ଡାକ୍ତର ଉମେଶ ରାୟଙ୍କ ସୂଚନା ମୁତାବକ ଆଉ ୧୪ ହଜାର ଭ୍ୟାକ୍‌ସିନ ଷ୍ଟକ୍ ରହିଛି ଓ ଏହା ଆସନ୍ତା କାଲି ଏସସିବି ମେଡ଼ିକାଲରେ ପ୍ରଦାନ କରାଯିବ । ଏହା ପରେ ନୂଆ ଭ୍ୟାକ୍‌ସିନକୁ ଅପେକ୍ଷା କରାଯିବ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking