29.1 C
Bhubaneswar
Saturday, April 27, 2024
Homeଓଡିଶାଫିଲ୍ମ ହଲ୍‌ରେ ଝୁଲୁଛି ତାଲା, ଖୋଲା ରହିବ ମଲ୍‌ ଓ ସୁପର ମାର୍କେଟ୍‌

ଫିଲ୍ମ ହଲ୍‌ରେ ଝୁଲୁଛି ତାଲା, ଖୋଲା ରହିବ ମଲ୍‌ ଓ ସୁପର ମାର୍କେଟ୍‌

ଭୁବନେଶ୍ୱର : ରାଜ୍ୟ ସରକାରଙ୍କୁ ଏବେ କରୋନା ଚିନ୍ତା ଘାରିଛି। ଭୟରେ ଫିଲ୍ମ ହଲ୍‌, ସ୍କୁଲ, କଲେଜ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଛନ୍ତି । ଯେଉଁଥିପାଇଁ ଆଜି ରାଜଧାନୀ ଭୁବନେଶ୍ୱରରେ ସବୁ ଫିଲ୍ମ ହଲ୍‌ରେ ତାଲା ଝୁଲୁଛି। ହେଲେ ରାଜଧାନୀରେ ମଲ୍‌ ଓ ସୁପର ମାର୍କେଟ୍ ଖୋଲା ରଖିଛନ୍ତି ରାଜ୍ୟ ସରକାର। ତେବେ ଏଥିପାଇଁ ସତର୍କତା ମଧ୍ୟ ଜାରି କରିଛନ୍ତି କମିଶନରେଟ୍‌ ପୁଲିସ।
କରୋନା ମୁକାବିଲା ପାଇଁ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟ୍ୱିଟ୍‌ କରି ବିଭିନ୍ନ ପରାମର୍ଶ ଦେଇଛନ୍ତି। ମଲ୍‌ ଭିତରକୁ କମ୍‌ ସଂଖ୍ୟକ ଲୋକ ପ୍ରବେଶ କରନ୍ତୁ। ମଲ୍ ଭିତରେ ଗ୍ରାହକମାନେ ପରସ୍ପରଠୁ ୬ ଫୁଟ ଦୂରତା ରଖନ୍ତୁ। ବିକ୍ରୟ ପାଇଁ କୌଣସି ପ୍ରମୋସନ ବ୍ୟବସ୍ଥା ନ କରନ୍ତୁ। ମଲ କର୍ମଚାରୀ ମାସ୍କ ପିନ୍ଧିବା ସହ ପରିଷ୍କାର, ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦିଅନ୍ତୁ। ସେପଟେ ବିବାହ ଓ ବ୍ରତ କାର୍ଯ୍ୟକୁ କେବଳ ଘନିଷ୍ଠ ସଂପର୍କୀୟଙ୍କ ଗହଣରେ କରିବାକୁ ପରାମର୍ଶ ଦେଇଛନ୍ତି ପୁଲିସ କମିଶନର । ରିସେପସନ୍ ପାର୍ଟି ଏବେ ସ୍ଥଗିତ ରଖି ପରେ ତିଥି ଦେଖି ନିଷ୍ପତ୍ତି ନେବାକୁ କହିଛନ୍ତି କମିଶନର। ସେହିପରି କରୋନା ପାଇଁ ରାଜଧାନୀରେ ଲାଉଡ୍‌ ସ୍ପିକର ଉପରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କଟକଣା ଜାରି ହୋଇଛି।ମାସ୍କ ଓ ସାଇନଟାଇଜରର କାଳାବଜାରୀ ଉପରେ ମଧ୍ୟ ନଜର ରଖିଛି ବିଏମ୍‌ସି। ସେହିପରି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଲାଗି ବିଏମସି ୩ଟି ଟିମ୍ ଗଠନ କରିଛି।କରୋନା’ ଭାଇରସକୁ ରାଜ୍ୟ ବିପର୍ଯ୍ୟୟ ବୋଲି ଘୋଷଣା କରିବା ପରେ ବ୍ୟବସାୟ ଉପରେ ଏହାର ପ୍ରଭାବ ପଡିଛି। ବ୍ୟାବସାୟିକ କାରବାର ମାନ୍ଦା ହୋଇଛି। ତା’ସହ ଅତ୍ୟାବଶ୍ୟକ ସାମଗ୍ରୀ ୨୦ ପ୍ରତିଶତ ବିକ୍ରି କମିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking