29.1 C
Bhubaneswar
Saturday, April 27, 2024
Homeଓଡିଶାରାଜ୍ୟରେ ୯୭୦ ଜଣ କୋରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ୯୭୦ ଜଣ କୋରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଉପରମୁହାଁ ରହିଛି କୋରୋନା ପଜିଟିଭ ମାମଲା । ଗତକାଲି ଚିହ୍ନଟ ୭୪୧ ସଂକ୍ରମଣ ମାମଲା ଆଜି ପୁଣି ବଢିଛି । ଗତ ୨୪ ଘଣ୍ଟାରେ ୯୭୦ ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ୫୩୮ ହୋଇଥିବାବେଳେ ୩୮୨ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ ୧୬୬ କିଶୋର ଆକ୍ରାନ୍ତ ହୋଇଛନ୍ତି । ସୁନ୍ଦରଗଡରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ ୧, ବାଲେଶ୍ବର ୧୭, ବରଗଡ ୫୪, ଭଦ୍ରକରୁ ୪, ବଲାଙ୍ଗୀରରୁ ୩୭, ବୌଦ୍ଧରୁ ୧୨, କଟକରୁ ୩୬, ଦେଓଗଡରୁ ୭, ଢେଙ୍କାନାଳରୁ ୧, ଗଜପତିରୁ ୬, ଗଞ୍ଜାମରୁ ୧୨, ଜଗତସିଂହପୁରରୁ ୮, ଯାଜପୁରରୁ ୯, ଝାରସୁଗୁଡାରୁ ୯, କଳାହାଣ୍ଡିରୁ ୧୭, କନ୍ଧମାଳରୁ ୨୦, କେନ୍ଦ୍ରାପଡାରୁ ୯ ଓ ଖୋର୍ଦ୍ଧାରୁ ୧୩୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସେହିପରି କୋରାପୁଟରୁ ୨୯, ମୟୂରଭଞ୍ଜରୁ ୪୮, ନବରଙ୍ଗପୁରରୁ ୧୨, ନୟାଗଡରୁ ୨୩, ନୂଆପଡାରୁ ୯, ପୁରୀରୁ ୧୨, ରାୟଗଡାରୁ ୧୫, ସମ୍ବଲପୁରରୁ ୬୮, ସୋନପୁରରୁ ୨୮, ସୁନ୍ଦରଗଡରୁ ସର୍ବାଧିକ ୨୫୦ ମାମଲା ଚିହ୍ନଟ ହୋଇଥିବାବେଳେ ଷ୍ଟେଟପୋଲରୁ ୩୦ ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୫ ହଜାର, ୬୦୩ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ ୬୩୮୫ ସକ୍ରିୟ ମାମଲା ରହିଛି । ନୂଆ ୧୧୫୧ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ ୧୩ ଲକ୍ଷ ହଜାର ୨୩ରେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking