27.1 C
Bhubaneswar
Friday, March 29, 2024
Homeଓଡିଶାଜନନୀ ଯନ୍ତ୍ରଣା: ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଦୋଳାରେ ବୁହାହେଲେ ଗର୍ଭବତୀ

ଜନନୀ ଯନ୍ତ୍ରଣା: ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଦୋଳାରେ ବୁହାହେଲେ ଗର୍ଭବତୀ

ଫୁଲବାଣୀ: ଗାଁ ଅଛି ହେଲେ ରାସ୍ତାନାହିଁ । ଫଳରେ ପହଞ୍ôଚ ପାରିନି ଆମ୍ବୁଲାନ୍ସ । ବାଧ୍ୟ ହୋଇ ପରିବାରର ସଦସ୍ୟଙ୍କ ସହିତ ଗର୍ଭବତୀଙ୍କୁ ଆଣିବାକୁ ଯାଇଥିବା ଆମ୍ବୁଲାନ୍ସର କର୍ମଚାରୀ ମାନବିକତା ଦେଖାଇଛନ୍ତି । ଏକ ଭାରରେ ଗର୍ଭବତୀଙ୍କୁ ପ୍ରାୟ ଦେଢ କିଲୋମିଟର ବୋହି ଆଣିଥିଲେ । ଏଭଳି ଏକ ଦୃଶ୍ୟ ଦେଖାଯାଇଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ସାରଙ୍ଗଡ଼ ଥାନା ଟେଟଣା ଗାଁରେ । ଏହି ଗ୍ରାମରେ ମାତ୍ର ୨ଟି ପରିବାର ବାସବାସ କରୁଥିବା ବେଳେ ଗ୍ରାମର ଆରତୀ ମଲିକ(୨୩) ଙ୍କର ଗର୍ଭଯନ୍ତ୍ରଣା ଯୋଗୁଁ ସେ ଦାୟିତ୍ୱରେ ଥିବା ଆଶାକର୍ମୀ ମହେଶ୍ୱତା ପ୍ରଧାନଙ୍କୁ ଖବର ଦେଇଥିଲେ ।

ଆଶା କର୍ମୀ ତୁରନ୍ତ ଖବର ଦେବାରୁ ଆମ୍ବୁଲାନ୍ସ ପହଞ୍ଚିଥିଲା । କିନ୍ତୁ ଗ୍ରାମରେ ପହଞ୍ଚିବାକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆଉ ଆଗକୁ ଯାଇ ପାରିନଥିଲା । ଦେଢ କିଲୋମିଟର ଦୂରରେ ଆମ୍ବୁଲାନ୍ସ ରଖିବା ପରେ ଗାଡ଼ି ଡ୍ରାଇଭର ଜିତୁ ମାଝୀ ପରିବାର ପାଖରେ ପହଞ୍ଚିଥିଲେ । ପରିବାରର ଜଣେ ସଦସ୍ୟଙ୍କ ସହାୟତରେ ଏକ ଭାରରେ ନାଳ ଓ କାଦୁଅ ପଚ ପଚ ରାସ୍ତା ପାରକରି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ । ସେଠାରୁ ସାରଙ୍ଗଡ଼ ଡାକ୍ତରଖାନାରେ ଗର୍ଭବତୀଙ୍କୁ ଭର୍ତ୍ତି କରାଯାଇଥିଲା ।

ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଏକ ସନ୍ତାନ ଜନ୍ମ ଦେଇଥିବା ବେଳେ ଉଭୟ ମାଆ ଓ ଛୁଆ ସୁସ୍ଥ ଥିବା ଜଣାଯାଇଛି । କନ୍ଧମାଳ ଜିଲ୍ଲାର କେବଳ ଏହି ଗୋଟିଏ ଗାଁ ନୁହେଁ ଜିଲ୍ଲାର ଏକ ହଜାରରୁ ଊର୍ଦ୍ଧ୍ୱ ଗ୍ରାମ ଏଭଳି ରହିଛି ଯାହାକି ବର୍ଷାଦିନରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ଗ୍ରାମବାସୀଙ୍କୁ । ଏଥିପ୍ରତି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking