28.1 C
Bhubaneswar
Saturday, April 27, 2024
Homeଓଡିଶାରାଜ୍ୟରେ ଆଜି ୩,୪୦୫ କରୋନା ପଜିଟିଭ୍ ଚିହ୍ନଟ, ସର୍ବାଧିକ ଖୋର୍ଦ୍ଧା

ରାଜ୍ୟରେ ଆଜି ୩,୪୦୫ କରୋନା ପଜିଟିଭ୍ ଚିହ୍ନଟ, ସର୍ବାଧିକ ଖୋର୍ଦ୍ଧା

ଭୁବନେଶ୍ୱର : ରାଜ୍ୟରେ କରୋନା ହାର କ୍ରମଶଃ ନିମ୍ନମୁଖୀ ହେବାରେ ଲାଗିଛି । ବର୍ତ୍ତମାନ ଲକଡାଉନର ପ୍ରଭାବ ରାଜ୍ୟରେ କିଛିମାତ୍ରାରେ ପଡ଼ୁଥିବା ଲକ୍ଷ୍ୟ କରାଯାଉଛି । ଏହା ମଧ୍ୟରେ ଆଜି ପୁଣି ୩,୪୦୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧,୪୬୩ ଓ ସ୍ଥାନୀୟ ଅଞ୍ଚଳରୁ ୧,୪୬୩ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୯ ହଜାର ୫୨୬ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୮ ଲକ୍ଷ ୪ ହଜାର ୯୮୧ ରହିଥିବା ବେଳେ ୫୧ ହଜାର ୧୦୪ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଖୋର୍ଦ୍ଧାରୁ ସର୍ବାଧିକ ୫୦୦, ଯାଜପୁରରୁ ୩୯୧, ବାଲେଶ୍ବରରୁ ୨୯୬, କଟକରୁ ୨୩୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୧୮୭, ଅନୁଗୁଳରୁ ୧୮୩, ଭଦ୍ରକରୁ ୧୭୯, ପୁରୀରୁ ୧୪୧, ଜଗତସିଂହପୁରରୁ ୧୨୯ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ନୟାଗଡ଼ରୁ ୯୭, କେନ୍ଦୁଝରରୁ ୮୯, ନବରଙ୍ଗପୁରରୁ ୮୩, ଷ୍ଟେଟପୁଲରୁ ୭୬, କେନ୍ଦ୍ରାପଡାରୁ ୭୩, ମାଲକାନଗିରିରୁ ୭୨, ବରଗଡ଼ରୁ ୬୬, କୋରାପୁଟରୁ ୬୩, ବୌଦ୍ଧରୁ ୫୯, ଗଜପତିରୁ ୫୮, କନ୍ଧମାଳରୁ ୫୫, ଢେଙ୍କାନାଳ ଓ କଳାହାଣ୍ଡିରରୁ ୫୪ଜଣ ଲେଖାଏଁ ଆକ୍ରାନ୍ତ, ସୁନ୍ଦରଗଡ଼ରୁ ୪୮, ରାୟଗଡ଼ାରୁ ୪୫, ସମ୍ବଲପୁରରୁ ୩୮, ଗଞ୍ଜାମରୁ ୩୬, ନୂଆପଡାରୁ ୨୮, ସୋନପୁରରୁ ୨୫, ଦେଓଗଡ଼ରୁ ୨୩, ବଲାଙ୍ଗୀରରୁ ୧୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଝାରସୁଗୁଡାରୁ ସର୍ବନିମ୍ନ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking