38.1 C
Bhubaneswar
Friday, April 26, 2024
Homeକରୋନାଦେଶରେ ପୁଣି ବଢ଼ିଲା ସଂକ୍ରମଣ : ଗତ ୨୪ଘଣ୍ଟାରେ ୧୩ହଜାର ୪୫୧ ଆକ୍ରାନ୍ତ ଚିହ୍ନଟ, ୫୮୫ମୃତ୍ୟୁ

ଦେଶରେ ପୁଣି ବଢ଼ିଲା ସଂକ୍ରମଣ : ଗତ ୨୪ଘଣ୍ଟାରେ ୧୩ହଜାର ୪୫୧ ଆକ୍ରାନ୍ତ ଚିହ୍ନଟ, ୫୮୫ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ମାରାତ୍ମକ କରୋନା ଜୀବାଣୁ (କୋଭିଡ ୧୯) ବିସ୍ତାର ଜାରି ରହିଛି। ଦେଶରେ ବହୁ ସଂଖ୍ୟକ ମୃତ୍ୟୁ ଘଟୁଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୩ ହଜାର ୪୫୧ ଟି ନୂଆ କରୋନା ମାମଲା ରୁଜୁ ହୋଇଛି। ଏଥି ସହିତ ଗତକାଲି ୫୮୫ ଜଣଙ୍କର ମୃତ୍ୟୁ ଘଟିଛି, ଏହା ପରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୫ ହଜାର ୬୫୩କୁ ବୃଦ୍ଧି ପାଇଛି। ଦେଶରେ କରୋନା ଜୀବାଣୁର ସର୍ବଶେଷ ସ୍ଥିତି କ’ଣ ଜାଣନ୍ତୁ ।

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧୪ ହଜାର ୨୧ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା ହେଉଛି ଏକ ଲକ୍ଷ ୬୨ ହଜାର ୬୬୧ । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୩ କୋଟି ୪୨ ଲକ୍ଷ ୧୫ ହଜାର ୬୫୩ ଟି କରୋନା ମାମଲା ରୁଜୁ ହୋଇଛି, ସେଥିମଧ୍ୟରୁ ୩ କୋଟି ୩୫ ଲକ୍ଷ ୯୭ ହଜାର ୩୩୯ ଲୋକ ଆରୋଗ୍ୟ ଲାଭ କରିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତକାଲି ଦେଶରେ ୫୫ ଲକ୍ଷ ୮୯ ହଜାର ୧୨୪ ଡୋଜ କରୋନା ଦିଆଯାଇଥିଲା। ଏହା ପରେ ଦେଶରେ ୧୦୩ କୋଟି ୫୩ ଲକ୍ଷ ୨୫ ହଜାର ୫୭୭ ଲୋକଙ୍କୁ ଟିକା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking