38.1 C
Bhubaneswar
Friday, April 26, 2024
Homeଅପରାଧକୋଟିପତି ସ୍ୱାମୀଙ୍କୁ ଛାଡ଼ି ଅଟୋରିକ୍ସା ଚାଳକ ସହ ସ୍ତ୍ରୀ ମାରିଲା ଚମ୍ପଟ, ଶେଷରେ....

କୋଟିପତି ସ୍ୱାମୀଙ୍କୁ ଛାଡ଼ି ଅଟୋରିକ୍ସା ଚାଳକ ସହ ସ୍ତ୍ରୀ ମାରିଲା ଚମ୍ପଟ, ଶେଷରେ….

ଇନ୍ଦୋର: ନିଜର କୋଟିପତି ସ୍ୱାମୀଙ୍କୁ ଛାଡି ଜଣେ ବିବାହିତା ମହିଳା ଜଣେ ଅଟୋରିକ୍ସା ଚାଳକଙ୍କ ସହିତ ଚମ୍ପଟ ମାରିଛନ୍ତି । ଏହି ଘଟଣା ଏବେ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଚଳିତ ମାସ ୧୩ ତାରିଖ ଦିନ ଇନ୍ଦୋରର ଖଜରାନା ଅଞ୍ଚଳରେ ଏହି ଘଟଣା ଘଟିଛି । ତେବେ ମହିଳାଙ୍କ ସ୍ୱାମୀ ପୁଲିସ ନିକଟରେ ନିଜ ପତ୍ନୀ ନିଖୋଜ ହେବା ସମ୍ପର୍କରେ ଅଭିଯୋଗ କରିବାପରେ ଘଟଣା ସାମ୍ନାକୁ ଆସିଛି । ମହିଳା ଜଣକ କେବଳ ଅଟୋରିକ୍ସା ଚାଳକ ସହିତ ପଳାଇ ଯାଇନାହାନ୍ତି, ସାଙ୍ଗରେ ୪୭ ଲକ୍ଷ ଟଙ୍କା ମଧ୍ୟ ନେଇଯାଇଥିବା ଅଭିଯୋଗରୁ ଜଣାଯାଇଛି । ଅନ୍ୟ ଏକ ମୁଖ୍ୟ କଥା ହେଉଛି, ଉକ୍ତ ଅଟୋରିକ୍ସା ଚାଳକ ମହିଳାଙ୍କ ଠାରୁ ବୟସରେ ୧୩ ବର୍ଷ କମ୍‍ ବୋଲି ମଧ୍ୟ ଜାଣିବାକୁ ମିଳିଛି । ସୂଚନା ଅନୁଯାୟୀ, ଉକ୍ତ ଅଟୋରିକ୍ସା ଚାଳକ ଜଣକ ମହିଳାଙ୍କୁ ତାଙ୍କ ଘରେ ଛାଡିଥାନ୍ତି । ଏହି ଚାଳକଙ୍କ ବୟସ ୩୨ ବର୍ଷ ଏବଂ ତାଙ୍କ ନାମ ଇମ୍ରାନ ।

ମହିଳାଙ୍କ ସ୍ୱାମୀ ଅଭିଯୋଗ କରିବା ପରେ ପୁଲିସ ଖଣ୍ଡୱା, ଜାଭରା, ଉଜ୍ଜୟୀନ ଏବଂ ରତଲମ ଆଦି ସ୍ଥାନରେ ଚଢଉ କରିଥିଲା । କିଛି ପୁଲିସ ଅଧିକାରୀ ଇମ୍ରାନଙ୍କ ସାଙ୍ଗ ତଥା ଅନ୍ୟ ଜଣେ ଅଟୋଚାଳକଙ୍କ ଘରୁ ୩୩ ଲକ୍ଷ ଟଙ୍କା ଜବତ କରିଛନ୍ତି । ମହିଳା ଜଣକ ଅକ୍ଟୋବର ୧୩ ତାରିଖରେ ଘରକୁ ନଫେରିବାରୁ ତାଙ୍କ ସ୍ୱାମୀ ତାଙ୍କୁ ଖୋଜିବା ଆରମ୍ଭ କରିଦେଇଥିଲେ । ପରେ ସେ ଜାଣିବାକୁ ପାଇଲେ ଯେ ଘରେ ୪୭ ଲକ୍ଷ ଟଙ୍କା ମଧ୍ୟ ନାହିଁ । ଉକ୍ତ ଟଙ୍କାକୁ ସେ ଆଲମାରୀ ଥାକରେ ରଖିଥିଲେ । ସେ ତୁରନ୍ତ ପୁଲିସରେ ଜଣାଇବା ପରେ ଅଟୋଚାଳକ ଏବଂ ମହିଳାଙ୍କୁ ପୁଲିସ ଖୋଜିବା ଆରମ୍ଭ କରିଦେଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କର ସନ୍ଧାନ ମିଳିପାରି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking