39.1 C
Bhubaneswar
Tuesday, April 23, 2024
Homeଓଡିଶାଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି, ଅପରାହ୍ନ ୪ ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ

ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି, ଅପରାହ୍ନ ୪ ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ : ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି । ଦୀର୍ଘଦିନର ବ୍ୟବଧାନ ପରେ ଅନୁଷ୍ଠିତ ହେବ ବନକଲାଗି ନୀତି । ଏହା ଏକ ଗୁପ୍ତ ସେବା ଓ ଏକ ସ୍ୱତନ୍ତ୍ର ନୀତି । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରିବେ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ପ୍ରାୟ ଚାରି ଘଣ୍ଟା ଧରି ଚାଲିବ ବନକଲାଗି ନୀତି । ଏଥିପାଇଁ ଆଜି ଅପରାହ୍ନ ୪ ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଶାରଦୀୟ ଦୁର୍ଗାଉତ୍ସବ ପାଇଁ ଶ୍ରୀମନ୍ଦିରରେ ଦୁର୍ଗମାଧବ ଉପାସନା ଚାଲିଥିବାରୁ ମହାପ୍ରଭୁଙ୍କ ବନକଲାଗି ହୋଇପାରିନଥିଲା ।

୧ ମାସ ଧରି ହବିଷ୍ୟାଳୀମାନେ କାର୍ତ୍ତିକ ବ୍ରତ ପାଳିବେ । କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଆରମ୍ଭ ହୋଇଛି। ପ୍ରତିଦିନ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବାଳ ଭୋଗ ସହ ରାଧାଦାମୋଦର ବେଶ କରାଯାଉଛି। ପୁରୀରେ ଭୋରୁ ଭୋରୁ ମହିଳାମାନେ ମହୋଦଧି ସମେତ ପଞ୍ଚତୀର୍ଥ ପୁଷ୍କରିଣୀ ସ୍ନାନ କରି କାର୍ତ୍ତିକ ବ୍ରତ ଆରମ୍ଭ କରିଥିଲେ । ବ୍ୟାରିକେଡ ବାହାରୁ ପତିତପାବନଙ୍କୁ ଦର୍ଶନ କରୁଛନ୍ତି ହିବଷ୍ୟାଳୀ । କୋଭିଡ କଟକଣା ପାଇଁ ଏଥର ହବିଷ୍ୟାଳୀଙ୍କୁ ଶ୍ରୀକ୍ଷେତ୍ର ମନା ହୋଇଛି।

ପୁରୀ ନ ଆସି ଘରେ ରହି ବ୍ରତ ପାଳନ କରୁଛନ୍ତି। ତେବେ ହବିଷ୍ୟାଳି ଓ ଭକ୍ତମାନେ କେମିତି ସୁରୁଖୁରରେ ମହାପ୍ରସାଦ ପାଇପାରିବେ ସେନେଇ ବ୍ୟବସ୍ଥା କରାଯାଇଛି। ସେହିଭଳି ପୂର୍ବଭଳି ମନ୍ଦିର ବିଶୋଧନ ପାଇଁ ପ୍ରତି ରବିବାର ବନ୍ଦ ରହୁଛି ଜଗା ଦର୍ଶନ। ନଭେମ୍ବର ମାସରେ ଦୀପାବଳି ପାଇଁ ୪ତାରିଖରେ, ବଡ଼ ଏକାଦଶୀ ପାଇଁ ୧୫ ତାରିଖରେ ଓ କାର୍ତ୍ତିକ ପୂର୍ଣ୍ଣିମାରେ ୧୯ତାରିଖରେ ମନ୍ଦିର ବନ୍ଦ ରହିବ। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ପୂର୍ବ କୋଭିଡ ଗାଇଡଲାଇନ ବଳବତ୍ତର ରହିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking