28.1 C
Bhubaneswar
Saturday, April 27, 2024
Homeଓଡିଶାଜଟଣୀରେ ଅଟକିଛନ୍ତି ୨୫ରୁ ଊର୍ଦ୍ଧ୍ୱ ଯାତ୍ରୀ : ମିଳୁନି ଖାଦ୍ୟ, ଉଦ୍ଧାର ପାଇଁ ଗୁହାରି

ଜଟଣୀରେ ଅଟକିଛନ୍ତି ୨୫ରୁ ଊର୍ଦ୍ଧ୍ୱ ଯାତ୍ରୀ : ମିଳୁନି ଖାଦ୍ୟ, ଉଦ୍ଧାର ପାଇଁ ଗୁହାରି

ଜଟଣୀ : ଲକଡାଉନ୍ ପ୍ରଭାବରେ ନିଜ ଗନ୍ତବ୍ୟସ୍ଥଳକୁ ଫେରିନପାରି ଜଟଣୀରେ ଅଟକି ରହିଛନ୍ତି ୨୫ରୁ ଊର୍ଦ୍ଧ୍ୱ ଯାତ୍ରୀ । ଖାଦ୍ୟ ମିଳୁନଥିବାରୁ ସେମାନେ ଭୋକଉପାସରେ ଛଟପଟ ହୋଇ ଉଦ୍ଧାର ପାଇଁ ନିବେଦନ କରିଛନ୍ତି । ଜଟଣୀର ତଳଖେତା ଛକ ଓ ଖୋର୍ଦ୍ଧାରୋଡ୍ ରେଳଷ୍ଟେସନ ବାହାରେ ଜନତା କର୍ଫ୍ୟୁ ଦିନଠାରୁ ଏଠାରେ ସେମାନେ ଅଟକି ରହିଛନ୍ତି । ଏକ ସ୍ୱେଚ୍ଛାସେବୀ ସଂଗଠନ ଏମାନଙ୍କୁ ମାସ୍କ, ସାବୁନ, ସାନିଟାଇଜର ଓ ଖାଦ୍ୟ ପ୍ରଦାନ କରିଛି । ଆଜି ଠାରୁ ଏମାନଙ୍କୁ ରନ୍ଧାଖାଦ୍ୟ ଦିଆଯିବ ବୋଲି ବଜରଙ୍ଗୀ ସେବା ସଂଘର ସଭାପତି ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ଭୁବନେଶ୍ୱରରେ ରହି କାର୍ଯ୍ୟକରୁଥିବା ଭଦ୍ରକ, ଭୂଷଣ୍ଡପୁର ଆଦି ଅଞ୍ଚଳର ୫ଜଣ ବ୍ୟକ୍ତି ରବିବାର ଜନତାକର୍ଫ୍ୟୁ ପରେ ନିଜ ଭିଟାମାଟିକୁ ଫେରିବା ପାଇଁ ଭୁବନେଶ୍ୱରରୁ ଟ୍ରେନରେ ଯାଉଥିଲେ । ମାତ୍ର କୌଣସି ଟ୍ରେନରେ ଖୋର୍ଦ୍ଧାରୋଡ୍ ପଳାଇ ଆସିଥିଲେ । ତେବେ ସେହିଦିନଠାରୁ ଏମାନେ ଯାତାୟାତର କୌଣସି ସୁବିଧା ନପାଇ ଷ୍ଟେସନରୁ ଚାଲିଆସି ଜଟଣୀ ଅଞ୍ଚଳର ଏଣେତେଣେ ବୁଲୁଛନ୍ତି । ସେହିପରି ଜଟଣୀ-ଭୁବନେଶ୍ୱର ମୁଖ୍ୟ ରାସ୍ତାର ତଳଖେତା ଛକଠାରେ ବିଭିନ୍ନ ଅଞ୍ଚଳରୁ ବସ୍ ଯୋଗେ ଆସିଥିବା ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଅଟକି ରହିଛନ୍ତି । ଏମାନଙ୍କୁ ମଧ୍ୟ ଆସନ୍ତା କାଲିଠାରୁ ଉପରୋକ୍ତ ସଂଗଠନ ସହଯୋଗ କରିବ ବୋଲି କହିଛି । ଅନ୍ୟପକ୍ଷରେ ବଜରଙ୍ଗୀ ସେବା ସଂଘ ପକ୍ଷରୁ କୁହାଯାଇଛି ଯେ ଅର୍ଥାଭାବରୁ ଅନେକଙ୍କୁ ସାହାଯ୍ୟ କରିବା ସମ୍ଭବ ହେଉନଥିବାରୁ ଯଦି ଅନ୍ୟ କୌଣସି ସଂଗଠନ ସହାୟତା କରିବା ପାଇଁ ଆଗେଇ ଆସନ୍ତେ ତେବେ ଫସିରହିଥିବା ଏହି ଲୋକମାନେ ଉପକୃତ ହୋଇପାରନ୍ତେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking