29.1 C
Bhubaneswar
Saturday, April 27, 2024
Homeକରୋନାରାଜ୍ୟରେ ତଳକୁ ଖସିଲା କରୋନା ସଂକ୍ରମଣ ଗ୍ରାଫ୍‌, ୨୪ ଘଣ୍ଟାରେ ବାହାରିଲେ ୬୫୨ କୋଭିଡ ପଜିଟିଭ୍

ରାଜ୍ୟରେ ତଳକୁ ଖସିଲା କରୋନା ସଂକ୍ରମଣ ଗ୍ରାଫ୍‌, ୨୪ ଘଣ୍ଟାରେ ବାହାରିଲେ ୬୫୨ କୋଭିଡ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଖସିଲା କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୫୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୮୧ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୭୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୩୨ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୯୫୨୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

୨୯ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୧୩୭ ଜଣ, ଖୋର୍ଦ୍ଧାରୁ ୭୦ ଜଣ, ସମ୍ବଲପୁରରୁ ୫୮ ଜଣ, ବଲାଙ୍ଗୀରରୁ ୪୭ ଜଣ, ବରଗଡ଼ରୁ ୪୬ ଜଣ, ମୟୂରଭଞ୍ଜରୁ ୪୩ ଜଣ, କଳାହାଣ୍ଡିରୁ ୩୬ ଜଣ, ନବରଙ୍ଗପୁରରୁ ୩୪ ଜଣ,ସୋନପୁରରୁ ୨୧ ଜଣ, ନୟାଗଡ଼ରୁ ୧୮ ଜଣ, ନୂଆପଡ଼ାରୁ ୧୬ ଜଣ, ରାୟଗଡ଼ାରୁ ୧୫ ଜଣ, କନ୍ଧମାଳରୁ ୧୩ ଜଣ, କୋରାପୁଟରୁ ୧୧ ଜଣ, ଝାରସୁଗୁଡ଼ାରୁ ୯ ଜଣ, ଯାଜପୁରରୁ ୮ ଜଣ, ପୁରୀରୁ ୭ ଜଣ, ବାଲେଶ୍ବର ଓ ଗଜପତି ଜିଲ୍ଲାରୁ ୬ ଜଣ ଲେଖାଁଏ, ବୌଦ୍ଧ ଓ ଢ଼େଙ୍କାନାଳ ଜିଲ୍ଲାରୁ ୩ ଜଣ ଲେଖାଁଏ, ଅନୁୁଗୁଳ, କେନ୍ଦ୍ରାପଡ଼ା ଓ ମାଲକାନଗିରି ଜିଲ୍ଲଶରୁ ୨ ଜଣ ଲେଖାଁଏ, ଭଦ୍ରକ ଓ ଗଜପତି ଜିଲ୍ଲାରୁ ଜଣେ ଲେଖାଁଏ ଏବଂ ଷ୍ଟେଟ୍ ପୁଲ୍‌ରୁ ୧୫ ଜଣ ଆକ୍ରାନ୍ତ ରହିଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୧୯୫୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୫୭୯୮ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୩୦୪୫୨୭ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୨୮୦୪୩୯୯ ସାମ୍ପୁଲ ଟେଷ୍ଟ୍ ହୋଇଛି ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking