28.1 C
Bhubaneswar
Saturday, April 27, 2024
Homeଓଡିଶାଆଜି ୧୯ ଜୀବନ ନେଲା କରୋନା

ଆଜି ୧୯ ଜୀବନ ନେଲା କରୋନା

ଭୁବନେଶ୍ୱର: ଆଜି ରାଜ୍ୟରେ ପୁଣି ୧୯ ଜଣ କୋଭିଡ ଆକ୍ରାନ୍ତଙ୍କ ଜୀବନ ଯାଇଛି । ଫଳରେ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୨ହଜାର ୧୮୦ରେ ପହଞ୍ଚି ଯାଇଛି ।

 

କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ୩ ଜଣଙ୍କ ମୁଣ୍ଡ ନେଇଛି କରୋନା । ଅନୁଗୁଳ ଜିଲ୍ଲାରୁ ଜଣେ ୪୭ ବର୍ଷୀୟ ଯୁବକ କରୋନରେ ପ୍ରାଣ ହରାଇଛନ୍ତି । ସେ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ । ସେହିପରି ବଲାଙ୍ଗୀରରୁ ଜଣେ, ଭୁବନେଶ୍ୱର ଜଣେ , ଭଦ୍ରକୁରୁ ଜଣେ, ଢ଼େଙ୍କାନାଳରୁ ଜଣେ, ଗଜପତିରୁ ୨ ଜଣ, ଯାଜପୁରରୁ ଜଣେ, ଝାରସୁଗୁଡ଼ାରୁ ଜଣେ, ଖୋର୍ଦ୍ଧାରୁ ୨ ଜଣ, କଳାହାଣ୍ଡିରୁ ୩ ଜଣ, ପୁରୀରୁ ଜଣେ, ରାୟଗଡ଼ାରୁ ଜଣେ, ସମ୍ବୁଲପୁରରୁ ଜଣେ, ସୁବର୍ଣ୍ଣପୁରରୁ ଜଣେ ଓ ସୁନ୍ଦରଗଡ଼ରୁ ଜଣେ କରୋନାରେ ପ୍ରାଣ ହରାଇଛନ୍ତି ।

ସେପଟେ ଆଜି ରାଜ୍ୟରେ ପୁଣି ୧୦,୬୩୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୩୪ ହଜାର ୮୪୨କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୬୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କଳାହାଣ୍ଡିରୁ ୪୬୯, ଝାରସୁଗୁଡ଼ାରୁ ୪୫୬, ପୁରୀରୁ ୪୩୪, ନବରଙ୍ଗପୁରରୁ ୩୩୬, ନୂଆପଡ଼ାରୁ ୩୨୪, ବଲାଙ୍ଗିରରୁ ୩୧୮, ଯାଜପୁରରୁ ୨୯୦, ଗଞ୍ଜାମରୁ ୨୬୬, ନୟାଗଡ଼ରୁ ୨୫୩, କେନ୍ଦୁଝରରୁ ୧୯୩, ରାୟଗଡ଼ାରୁ ୧୫୮, ମୟୂରଭଞ୍ଜ ଓ ବୌଦ୍ଧରୁ ୧୭୯ ଲେଖାଏଁ, ସୁବର୍ଣ୍ଣପୁରୀରୁ ୧୪୯, ଢେଙ୍କାନାଳରୁ ୧୪୬, ଜଗତସିଂହପୁରରୁ ୧୪୦, ଦେବଗଡ଼ରୁ ୧୩୭, କୋରାପୁଟରୁ ୧୨୭, କେନ୍ଦ୍ରାପଡ଼ାରୁ ୧୨୭, ଗଜପତିରୁ ୧୦୧, ଭଦ୍ରକରୁ ୧୦୦, ମାଲକାନଗିରିରୁ ୭୯ ଓ କନ୍ଧମାଳରୁ ୭୩ ଜଣ ଓ ଷ୍ଟେଟ୍ ପୁଲ୍ରୁ ୨୭୩ ଜଣ ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking