30.1 C
Bhubaneswar
Friday, April 26, 2024
Homeଓଡିଶାକୋରୋନା ଭୟରେ ୧୪ ଘଣ୍ଟା ଧରି ପଡ଼ିରହିଲା ଶବ

କୋରୋନା ଭୟରେ ୧୪ ଘଣ୍ଟା ଧରି ପଡ଼ିରହିଲା ଶବ

ବରଗଡ:  ଜିଲ୍ଲାର ଗାଇସିଲେଟ ବ୍ଲକ ଅନ୍ତର୍ଗତ ସନ୍ଦିବହାଲ ଗ୍ରାମପଞ୍ଚାୟତ ଅଧିନରେ ଥିବା ଜାମୁଟ ବାହାଲ ଗ୍ରାମର ବିନୋଦ ଠାକୁର ନାମକ ଜଣେ ବ୍ୟକ୍ତି ତାମିଲ ନାଡୁ ରୁ ପାଞ୍ଚ ଦିନ ପୂର୍ବରୁ ଗ୍ରାମକୁ ଫେରି ଥିଲା । ତାଙ୍କ ଦେହରେ ଜର ରହିଥିଲା ଏବଂ ଗତକାଲି ଦେହ ଅତ୍ୟନ୍ତ ଅସୁସ୍ଥ ହୋଇଥିବାରୁ ଆମ୍ବୁଲାନ୍ସ କୁ ଗ୍ରାମର ଭଦ୍ର ବ୍ୟକ୍ତି ଡାକିଥିଲେ ହେଲେ କୌଣସି କାରଣରୁ ଆମ୍ବୁଲାନ୍ସ କର୍ମଚାରୀ ତାଙ୍କୁ ହସ୍ପିଟାଲ୍ ନେବା ବଦଳରେ ଗୁରୁତର ଅବସ୍ଥାରେ ଘରେ ଛାଡ଼ିଦେଇ ଚାଲିଯାଇଥିଲେ ଯାହାକି କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ତାଙ୍କ ସ୍ତ୍ରୀ ଏବଂ ଝିଅ ଘରେ ଶବ କୁ ଜଗି ରହିଥିଲେ ତାଙ୍କର ସମ୍ପର୍କୀୟ କେହି ଆସି ନ ଥିବା ବେଳେ ଶବ ଟି ସକାଳ ପ୍ରାୟ ୧୦ ସମୟ ପର୍ଯ୍ୟନ୍ତ ପଡ଼ିରହିଥିଲା। ତେବେ ରାତି ପ୍ରାୟ ୭ ଟା ବେଳେ ମୃତ୍ୟୁ ହୋଇଥିବା ବେଳେ ଆଜି ସକାଳ ୧୦ ଟା ବେଳେ ଗାଇସିଲେଟ ବ୍ଲକ ଅନ୍ତର୍ଗତ କେନ୍ଦୁଭଟା ଦେବଦତ୍ତ କ୍ଳବ୍ ଖବର ପାଇ ଘଟଣା ସ୍ଥଳରେ ଗାଇସିଲେଟ ବିଡିଓ ନିରଞ୍ଜନ ସା ଓ ତହସିଲଦାର ପୁଷ୍ପକ ପଧାନ ଉପସ୍ଥିତ ରହି କ୍ଳବ୍ ର ସଭ୍ୟ ମାନେ ଶବକୁ ଘରୁ ବାହାର କରି ଶବ ସତ୍କାର କରିବାର ଦେଖିବାକୁ ମିଳିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking