28.1 C
Bhubaneswar
Friday, March 29, 2024
Homeଜୀବନଶୈଳୀକଖାରୁ ଖାଇଲେ ଏହି ସବୁ ରୋଗରୁ ମିଳେ ମୁକ୍ତି

କଖାରୁ ଖାଇଲେ ଏହି ସବୁ ରୋଗରୁ ମିଳେ ମୁକ୍ତି

ଭୁବନେଶ୍ୱର: ଗରମ ଆରମ୍ଭ ହେବା ମାତ୍ରେ ବିଭିନ୍ନ ପ୍ରକାରର ରୋଗ ଦେଖିବାକୁ ମିଳେ । ଏହି ସମୟ ମଧ୍ୟରେ ଏମିତି କିଛି ଫଳ ମିଳେ, ଯାହା ଆପଣଙ୍କୁ  ସେହିସବୁ ରୋଗରୁ ରକ୍ଷା କରେ । ସେମାନଙ୍କ ମଧ୍ୟରେ ତରଭୂଜ, କାକୁଡି, ଆମ୍ବ, ଲିଚି ବ୍ୟତୀତ କଖାରୁ ବି ସାମିଲ ରହିଛି । ଯଦି କଖାରୁ କଥା କହିବା, ତେବେ ଏହା ଡିହାଇଡ୍ରେସନ ଭଳି ସମସ୍ୟାରୁ ରକ୍ଷା କରିବା ସହିତ ଏଥିରେ ପ୍ରାୟ ୯୫ ପ୍ରତିଶତ ପାଣି, ଭିଟାମିନସ ଓ ମିନେରାଲସ ରହିଥାଏ । ଶରୀରକୁ ଏହା ଥଣ୍ଡା ରଖିଥାଏ । ପାଣିର ଅଭାବକୁ ଏହା କମ କରେ । ହେଲେ ଆପଣ କଣ ଜାଣିଛନ୍ତି କି, ସ୍ୱାସ୍ଥ୍ୟ ବ୍ୟତୀତ ଏହା ଆପଣଙ୍କ ସ୍କିନ ଓ ଆଖି ପାଇଁ ଲାଭଦାୟକ ହୋଇଥାଏ । ଏଥିରେ ଥିବା ଆଣ୍ଟି ଏଜିଂ ତତ୍ୱ ଓ ଭିଟାମିନ ସି ତ୍ୱଚା ପାଇଁ ଲାଭଦାୟକ ହେବା ସହ ଫ୍ରି ରେଡିକଲସ ର ପ୍ରଭାବ ବି ପଡିବାକୁ ଦିଏନାହିଁ । ସ୍କିନ ଡ୍ୟାମେଜ ହେବାରୁ ଏହା ରକ୍ଷା କରିଥାଏ । ଏହାକୁ ଆପଣ ଫେସ ପ୍ୟାକ ଭାବରେ ବି ବ୍ୟବହାର କରିପାରିବେ । ପ୍ରତିଦିନ କଖାରୁ ଖାଇବା ଦ୍ୱାରା ଆଖି ସୁସ୍ଥ ରହିଥାଏ ଏବଂ ଆଖି ସହ ଜଡିତ ସମସ୍ୟାରୁ ଦୂର କରିଥାଏ କଖାରୁ । କାରଣ ଏଥିରେ ବିଟା କ୍ୟାରୋଟିନ ଥାଏ, ଯାହା ମୋତିଆବିନ୍ଦୁ ରୁ ରକ୍ଷା କରିଥାଏ ।
ଯଦି ଆପଣଙ୍କ ରକ୍ତଚାପ ଅଧିକ ରହୁଛି ତେବେ ପ୍ରତିଦିନ କଖାରୁ ଖାଆନ୍ତୁ । ଏଥିରେ ଥିବା ପୋଟାସିୟମ ଇଲେକ୍ଟ୍ରୋଲାଇଟ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଗର୍ଭବତୀ ସମୟରେ ଆପଣ ଏହାର ସେବନ ନିହାତି କରିବା ଦରକାର । ଏ ସବୁ ବ୍ୟତୀତ କଖାରୁ ଜୁସ ପିଇବା ଦ୍ୱାରା କିଡନୀ ଷ୍ଟୋନ  କିମ୍ବା ଏହା ସହ ଜଡିତ ଅନ୍ୟ ସମସ୍ୟାରୁ ବି ରକ୍ଷା କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking