30.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗ୨୫୯ଦିନରେ କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ

୨୫୯ଦିନରେ କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ

ଯାଜପୁର : ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଂଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ୱାରା ପରିଚାଳିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର ବିଭିନ୍ନ ଅଞ୍ଚଳରେ କରୋନା ସଚେତନତା ସହ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି।ଫାଉଣ୍ଡେସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୨୨ତାରିଖରୁ ଆରମ୍ଭହୋଇ ଆଜି ୨୫୯ତମ ଦିବସରେ ପହଁଚିଥିବାର କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ପାଇଛି।ଚିନ୍ମୟ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ,ଡ୍ୟାନ୍ସ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର,ଶ୍ରୀମତୀ ଅର୍ଚ୍ଚନା ସାହୁ ଆଦି ଯୋଗଦାନ କରି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଛନ୍ତି।ଏହି ଅବସରରେ ଦଶରଥପୁର ଅଞ୍ଚଳର ବିଭିନ୍ନ ସ୍ଥାନ ବୁଲିବୁଲି କର୍ମକର୍ତ୍ତାମାନେ ଗରିବ,ଅସହାୟ,ପାଗଳା ପାଗିଳି ଆଦିଙ୍କୁ ଶୀତ ବସ୍ତ୍ର, ମାକ୍ସ,ସାବୁନ,ସାନିଟାଇଜର,ଓ.ଆର.ଏସ, ବ୍ଲିଚିଂ ପାଉଡର ଆଦି ବଣ୍ଟନ ସହ ନାଟକ ମାଧ୍ୟମରେ କରୋନା ସଚେତନ କରୁଥିବାର ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking